Latest Odisha News

BREAKING NEWS

ସୁରଙ୍କୁ ବହିଷ୍କାର କରି ବଡ଼ ପୁଅକୁ ଟିକେଟ ଦେଲା କଂଗ୍ରେସ, ୩ ଲୋକସଭା ଓ ୧୬ ବିଧାୟକ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ । ଓଡ଼ିଶାର ୩ଟି ଲୋକସଭା ଓ ୧୬ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛି। ଏହି ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି କଂଗ୍ରେସରୁ ବହିଷ୍କୃତ ସୁରେଶ ଚନ୍ଦ୍ର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ। ଯିଏକି ପୂର୍ବରୁ ମଧ୍ୟ ନିମାପଡା ପରେ ଜଟଣୀ ପାଇଁ ଟିକେଟ୍ ଦାବି କରୁଥିଲେ।

ସମ୍ବଲପୁର ଲୋକସଭା ପାଇଁ ଦୁଲାଲ ଚନ୍ଦ୍ର ପ୍ରଧାନ, ଆସ୍କାରୁ ଦେବକାନ୍ତ ଶର୍ମା, କେନ୍ଦୁଝରରେ ବିନୋଦ ବିହାରୀ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି। ପୂର୍ବରୁ କେନ୍ଦୁଝର ଆସନ ପାଇଁ ମହୋନ ହେମ୍ରମଙ୍କୁ ଟିକେଟ୍ ଦେଇଥିଲା ଦଳ।

ସେହିପରି ଝାରସୁଗୁଡ଼ା ବିଧାନସଭାରୁ ଅମିତା ବିଶ୍ୱାଳ, ବଡ଼ସାହିରୁ କ୍ଷୀରୋଦ ଚନ୍ଦ୍ର ପାତ୍ର, ସୁକିନ୍ଦାରୁ ବିଭୁ ଭୂଷଣ ରାଉତ, କଣ୍ଟାମାଳରୁ ଶରତ କୁମାର ପ୍ରଧାନ, କେନ୍ଦ୍ରାପଡ଼ାରୁ ଶିପ୍ରା ମଲ୍ଲିକ (ନିକଟରେ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ), ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡ଼ାରୁ ଲୋକନାଥ ମହାରଥୀ, ନିମାପଡ଼ାରୁ ସିଦ୍ଧାର୍ଥ ରାଉତରାୟ ଏବଂ ପିପିଲିରୁ ଜ୍ଞାନ ରଞ୍ଜନ ପଟ୍ଟନାୟକ. ଜୟଦେବରୁ କୃଷ୍ଣ ସାଗରିଆ, ଖୋର୍ଦ୍ଧାରୁ ସୋନାଲି ସାହୁ, ଚିଲିକାରୁ ପ୍ରଦୀପ କୁମାର ସ୍ୱାଇଁ, ଖଣ୍ଡପଡ଼ାରୁ ମନୋଜ କୁମାର ପ୍ରଧାନ, ଦଶପଲ୍ଲାରୁ ନକୁଳ ନାୟକ, କବିସୂର୍ଯ୍ୟନଗରରୁ ସଞ୍ଜୟ କୁମାର ମଣ୍ଡଳ, ଗୋପାଳପୁରରୁ ଶ୍ୟାମ ସୁନ୍ଦରଗଡ଼ ସାହୁ ପ୍ରାର୍ଥୀ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏଯାବତ ୧୩୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଆଉ ବାକି ୯ଟି ଆସନରେ କିଏ ହେବେ ପ୍ରାର୍ଥୀ ରହିଲା ଅପେକ୍ଷା। ସେହିପରି କଟକ ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ କିଏ ହେବେ ତାକୁ ଅପେକ୍ଷା।

Leave A Reply

Your email address will not be published.