Latest Odisha News

BREAKING NEWS

ଟି୨୦ ବିଶ୍ୱକପ ଖେଳିବା ନେଇ ମୁହଁ ଖୋଲିଲେ ଦୀନେଶ

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତେବେ ଦୀନେଶ କାର୍ତିକ କିନ୍ତୁ ପ୍ରଭାବୀ ପ୍ରଦର୍ଶନ କରି ପ୍ରଶଂସକ ଓ ଚୟନ କମିଟିଙ୍କ ପ୍ରଭାବିତ କରିଛନ୍ତି । ଦୀନେଶଙ୍କୁ ଟି୨୦ ବିଶ୍ୱକପ ଖେଳିବା ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ନିଶ୍ଚିତ । ବିଶ୍ୱକପରେ ଭାରତ ପକ୍ଷରୁ ଖେଳିବା ସର୍ବଦା ମୋ ପାଇଁ ସ୍ୱପ୍ନ ସଦୃଶ । ୩୯ ବର୍ଷୀୟ ଦୀନେଶ ୨୦୨୨ ଟି୨୦ ବିଶ୍ୱକପ ପରଠାରୁ ଭାରତ ପକ୍ଷରୁ କୌଣସି ଟୁର୍ଣ୍ଣାମେଂଟ ଖେଳି ନାହାନ୍ତି । ଏପରିକି ଦିନିକିଆ ବିଶ୍ୱକପରେ ମଧ୍ୟ ତାଙ୍କୁ ସୁଯୋଗ ମିଳି ନ ଥିଲା । ଚଳିତ ଆଇପିଏଲ ପୂର୍ବରୁ ସେ ଭାଷ୍ୟକାର ଭୂମିକା ତୁଲାଉଥିଲେ ।

ମୁଁ କ୍ରିକେଟର ମଜା ଉଠାଉଛି । ଟିମ ପକ୍ଷରୁ ଯେଉଁ ଭୂମିକା ମିଳିବ ତାହା ତୁଲାଇବାକୁ ରାଜି ଅଛି ବୋଲି ସେ କହିଛନ୍ତି । ମୁଁ କିରନ ପୋଲାର୍ଡ କିମ୍ବା ଆନ୍ଦ୍ରେ ରସେଲ ନୁହେଁ ଯେ, ସବୁ ବଲରେ ଛକା ମାରିପାରିବି । ଯେଉଁଥିରେ ମୁଁ ଶକ୍ତିଶାଳୀ ତାକୁ ବ୍ୟବହାର କରି ରନ ସଂଗ୍ରହ କରିବା ମୋ ଦାୟିତ୍ୱ ।

Leave A Reply

Your email address will not be published.