Latest Odisha News

BREAKING NEWS

କନ୍ନଡ ଅଭିନେତା ସୂରଜ କୁମାର ସଡକ ଦୁର୍ଘଟଣାରେ ଗୁରୁତର, କଟାଗଲା ପାଦ

ବାଙ୍ଗାଲୋର: କନ୍ନଡ ଅଭିନେତା ସୂରଜ କୁମାର ସଡକ ଦୁର୍ଘଟଣାରେ ଗୁରୁତର ହୋଇ ପଡିଛନ୍ତି । ତାଙ୍କୁ ବଂଚାଇବା ପାଇଁ ଡାକ୍ତର ଡାହଣ ପାଦ କାଟିବାକୁ ବାଧ୍ୟ ହୋଇଛନ୍ତି । ବାଇକରେ ସେ ମସୁରୀରୁ ଉଟୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସେ ଏକ ଟ୍ରାକ୍ଟରକୁ ଓଭରଟେକ କରିବା ବେଳେ ସନ୍ତୁଳନ ହରାଇଥିଲେ ଏବଂ ଏକ ଟ୍ରକ ଦେହରେ ପିଟି ହୋଇ ଯାଇଥିଲେ । ତାଙ୍କୁ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାହଣ ଗୋଡ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇ ପଡିଥିଲା । ପାଦ କଟାଟିବା ପରେ ତାଙ୍କୁ ବଂଚାଇବା ସମ୍ଭବପର ହୋଇଥିଲା । ସେ ଏବେ ବିପଦମୁକ୍ତ ଅଛନ୍ତି ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ।

ଫିଲ୍ମରେ ପ୍ରବେଶ କରିବା ପରେ ସେ ତାଙ୍କ ନାମ ଧ୍ରୁୱନ ରଖିଥିଲେ । ୨୦୧୯ରେ ସେ ନିର୍ଦ୍ଦେଶକ ରଘୁ କୋଭିଙ୍କ ଫିଲ୍ମ ମାଧ୍ୟମରେ ପଦାର୍ପଣ କରିଥିଲେ । ତାଙ୍କ ଫିଲ୍ମ କ୍ୟାରିୟର ଗ୍ରାଫ ଉପରକୁ ଉଠୁଥିବା ବେଳେ ଏହି ଦୁର୍ଘଟଣା ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି । ନିକଟରେ ସେ ୨ଟି ଅନଟାଇଟେଲ ଫିଲ୍ମ ସାଇନ କରିଥିଲେ ।

Leave A Reply

Your email address will not be published.