Latest Odisha News

BREAKING NEWS

ସୁରମଣି ପଣ୍ଡିତଙ୍କୁ ସଙ୍ଗୀତରେ ଶ୍ରଦ୍ଧାଞ୍ଜଳି…

ଭୁବନେଶ୍ୱର: ବିଶିଷ୍ଟ ସଂଗୀତଜ୍ଞ ସ୍ୱର୍ଗତ ପଦ୍ମଶ୍ରୀ ସୁରମଣି ଡଃ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୮୭ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ସଂଗୀତରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ସଂଯୁକ୍ତା ଆଣ୍ଡ୍ ରଘୁନାଥ ପାଣିଗ୍ରାହୀ କଲଚରାଲ ହେରିଟେଜ ଫାଉଣ୍ଡେସନ ପକ୍ଷରୁ ନମାମି ସୁରମଣି ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟାରେ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଥିଲା । ଏଥିରେ ବିଶିଷ୍ଟ କଣ୍ଠଶିଳ୍ପୀମାନେ ଯୋଗଦେଇ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସଂଗୀତକୁ ଗାନ କରିଥିଲେ । ‘ଆଗୋ ଚନ୍ଦ୍ରିକା… ସୁଗମ ସଂଗୀତଠାରୁ ଆରମ୍ଭ କରି ଚମ୍ଭକ ବରଣୀ ଗୋ…, ତେଲୁଗୁ ସଂଗୀତ ‘ଚଲନି ରାଜା’ ଓ ଚନ୍ଦା ମାମା ଭଳି ସଂଗୀତ ଗୁଡ଼ିକୁ କଣ୍ଠଶିଳ୍ପୀମାନେ ଗାନ କରିଥିଲେ ।

ବିଶିଷ୍ଟ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର, ଗୌତମ ଗିରି, ଆଦ୍ୟାଶା ଦାଶ, ନାଜିଆ ଆଲାମ ପ୍ରମୁଖ ବହୁ କଣ୍ଠଶିଳ୍ପୀ ସ୍ୱର୍ଗତ ପାଣିଗ୍ରାହୀଙ୍କ କଣ୍ଠରୁ ନିସୃତ ସଂଗୀତଗୁଡ଼ିକୁ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ପରିଚାଳକ ଉପଦେଷ୍ଟା ବାବୁ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ ।

ସେହିପରି ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ , ଅଭିନେତ୍ରୀ ଡଃ ମାଳବିକା ରାୟ ଯୋଗଦେଇଥିଲେ ।

Leave A Reply

Your email address will not be published.