Latest Odisha News

ଆପଣଙ୍କ ଶୋଇବା ଘର ବି ହୋଇପାରେ ବାସ୍ତୁଦୋଷର କାରଣ !

ଭୁବନେଶ୍ବର: ବେଡ଼ରୁମ୍ ବା ଶୋଇବା ଘର ହେଉଛି ପ୍ରତ୍ୟେକ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ମଧ୍ୟ ଦେଇ ସବୁବେଳେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ପ୍ରବାହିତ ହୁଏ । ଯଦି ଶୋଇବା ଘରର ଆସବାବପତ୍ର ସଠିକ ଜାଗାରେ ରଖାନଯାଏ ତାହା ବୈବାହିକ ତଥା ଦାମ୍ପତ୍ୟ ଜୀବନରେ ଅଶାନ୍ତିର କାରଣ ପାଲଟିଯାଏ । ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ନିଜ ବେଡରୁମରେ ଜିନିଷ ଗୁଡିକୁ କେଉଁ ସ୍ଥାନରେ ରଖିଲେ ପାରିବାରିକ ଜୀବନ ସୁଖମୟ ହୋଇପାରିବ…

• ଟିଭି, ଏସି ଭଳି ବୈଦ୍ୟୁତିକ ଜିନିଷକୁ ଶୋଇବା ଘରର ଦକ୍ଷିଣ-ପୂର୍ବ କୋଣରେ ରଖିବା ଉଚିତ୍ । ଯଦି ଏପରି ରଖିବା ସମ୍ଭବ ହେଉନାହିଁ ତେବେ ଏହାକୁ କପଡ଼ାରେ ଘୋଡ଼ାଇ ରଖନ୍ତୁ ।
• ଶୋଇବା ଘରର ଦକ୍ଷିଣ-ପଶ୍ଚିମ ଦିଗକୁ କେବେ ବି ଖାଲି ରଖନ୍ତୁ ନାହିଁ । ଏହି କୋଣରେ କୌଣସି ଭାରି ଜିନିଷ ତଥା ଟେବୁଲ୍, ଚୌକି ଆଦି ରଖନ୍ତୁ ।

• ଶୋଇବା ଘରେ ଡ୍ରେସିଂ ଟେବୁଲ୍ ଓ ଦର୍ପଣ ରଖିବା ପାଇଁ ପୂର୍ବ କିମ୍ବା ଉତ୍ତର ଦିଗକୁ ବାସ୍ତୁଶାସ୍ତ୍ର ଅନୁସାରେ ଉପଯୁକ୍ତ ମନେକରାଯାଏ । ସେହିଭଳି ବାଥରୁମ୍ ଶୋଇବା ଘରର ପଶ୍ଚିମ କିମ୍ବା ଉତ୍ତର ଦିଗରେ ରହିବା ଉଚିତ୍ । ନଚେତ ବାଥରୁମ୍ ସାମ୍ନାରେ ଏକ ପରଦା ଟାଙ୍ଗିଦେବା ଆବଶ୍ୟକ ।

• ବେଡ଼ରୁମ୍ କପଡ଼ା ରହୁଥିବା ଆଲମାରୀକୁ ଉତ୍ତର-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ରଖିବା ଉଚିତ୍ । ସିନ୍ଦୁକକୁ ବି ଦକ୍ଷିଣ ଦିଗରେ ରଖିବା ଦରକାର, ଯେମିତି ଏହାକୁ ଖୋଲିବା ବେଳେ ଏହାର ମୁହଁ ଉତ୍ତର ଦିଗକୁ ରହୁଥିବ ।

• ଶୋଇବା ଘରେ ପାଠ ପଢ଼ିବା ପାଇଁ ଚାହୁଁଥିଲେ ଏଥିପାଇଁ ଆପଣ ପୂର୍ବ କିମ୍ବା ପଶ୍ଚିମ ଦିଗକୁ ଚୟନ କରନ୍ତୁ । ଏହାଦ୍ୱାରା ପଢ଼ିବା ସମୟରେ ବ୍ୟକ୍ତିର ମୁହଁ ପୂର୍ବ ଦିଗକୁ ରହିଥାଏ ।

• ବାସ୍ତୁ ଅନୁସାରେ, ସୁନିଦ୍ରା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୋଇବା ସମୟରେ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଆବଶ୍ୟକ ।

Leave A Reply

Your email address will not be published.