Latest Odisha News

BREAKING NEWS

ସୁରଟରେ ବ୍ୟବସାୟୀ ପ୍ରସ୍ତୁତ କଲେ ‘ଦ କାଶ୍ମୀର ଫାଇଲ୍ସ ଶାଢୀ’

ସୁରଟ : ବଲିଉଡ୍ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ରିଲିଜ ହେବାର ୩ ସପ୍ତାହ ବିତିଗଲାଣି  ତଥାପି ମୁଭିରେ କ୍ରେଜ ଯାଉନି ।ଏହି ଫିଲ୍ମକୁ ସବୁ ବର୍ଗର ଲୋକ ପସନ୍ଦ କରୁଛନ୍ତି । ହେଲେ ଏବେ ଚର୍ଚ୍ଚାରେ ‘ଦ କାଶ୍ମୀର ଫାଇଲ୍ସ ପ୍ରିଣ୍ଟ ଶାଢୀ’ । ଫିଲ୍ମ କାଶ୍ମୀର ଫାଇଲ୍ସ କୁ ନେଇ ଏକ ସ୍ୱତନ୍ତ୍ର ଶାଢୀ ତିଆରି ହୋଇଛି ।

BjdElectrycity

 

ଗୁଜୁରାଟର ସୁରଟରେ ଏହି ଶାଢୀ ତିଆରି ହୋଇଛି । ସୁରଟର ଶାଢୀ କାରିଗର ମାନେ ଏହି ସୁନ୍ଦର ଶାଢୀକୁ ତିଆରି କରିଛନ୍ତି ।ଏହି ଶାଢୀଟି ମଲ୍ଟି କଲରର ହୋଇଥିବା ବେଳେ , ଶାଢୀରେ ପୁରା କାଶ୍ମୀର ଫାଇଲ୍ସର ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ପାଇବେ । ଏହି କଶ୍ମୀର ଫାଇଲ୍ସ ଶାଢୀ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ ଜମିବାରେ ଲାଗିଛି ।ଖୁବ୍ ଶୀଘ୍ର ଏହି ଶାଢୀ ମାର୍କେଟକୁ ଆସିବ ବୋଲି ଶୁଣିବାକୁ ମିଳିଛି ।


ସୂଚନା ଅନୁସାରେ ଏହି ଶାଢୀକୁ ଟ୍ରେଡର ବିନୋଦ ସୁରାନା ବନେଇଛନ୍ତି । ସୁରଟର ଅଭିନନ୍ଦନ ମାର୍କେଟରେ ତାଙ୍କର ଶାଢୀ ଦୋକାନ ଅଛି । ସେ ଫିଲ୍ମ କଶ୍ମୀର ଫାଇଲ୍ସକୁ ନେଇ ଏହି ସ୍ୱତନ୍ତ୍ର ଶାଢୀ ତିଆରି କରିଛନ୍ତି । ପୂର୍ବରୁ ମଧ୍ୟ ବିନୋଦ ମୋଦି ଶାଢୀ ତିଆରି କରି ଚର୍ଚ୍ଚାକୁ ଆସିଥିଲେ ।

ଏବେ ଏହି କାଶ୍ମୀର ଫାଇଲ୍ସ ଶାଢୀର ସାମ୍ପୁଲ୍ ବନିଛି ।ଆଗକୁ ଆହୁରୀ ଶାଢୀ ବନାଯାଇ ମାର୍କେଟକୁ ପଠାଯିବ ବୋଲି ସୂଚନା ମିଳିଛି ।ଶାଢୀର ଦାମ କେତେ ରହିବ ସେନେଇ କୌଣସି ଓ ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ବ୍ୟବସାୟୀ ବିନେଦ ଆଶା ରଖିଛନ୍ତି ମୁଭି କାଶ୍ମୀର ଫାଇଲ୍ସ ଭଳି ଏହି ଶାଢୀ ମଧ୍ୟ ଖୁବ୍ ଲେକପ୍ରିୟତା ପାଇବ ।

Leave A Reply

Your email address will not be published.