Latest Odisha News

BREAKING NEWS

ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି; କେଜ୍ରିୱାଲଙ୍କ ଉପରେ ଆକ୍ରମଣକୁ ପୋଲିସ ଗୁରୁତର ସହ ନେଉଛି ତ !

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସ ଭବନ ଉପରେ ଆକ୍ରମଣ ମାମଲା । ଦିଲ୍ଲୀ ପୋଲିସ ଏହି ଘଟଣାକୁ କେତେଦୂର ଗୁରୁତର ସହ ଗ୍ରହଣ କରୁଛି ବୋଲି ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତିି

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସ ଭବନ ଉପରେ ଆକ୍ରମଣ ମାମଲା । ଏହି ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଗୁରୁତ୍ୱୂପୂର୍ଣ୍ଣ୍ ଶୁଣାଣି କରିଛନ୍ତି । ଆପ୍ ବିଧାୟକ ସୌରଭ ଭରଦ୍ୱାଜଙ୍କ ଦ୍ୱାରା ଦାଖଲ ପିଟିସନର ଶୁଣାଣି କରି କୋର୍ଟ ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିଛନ୍ତି । ଦିଲ୍ଲୀ ପୋଲିସ ଏହି ଘଟଣାକୁ କେତେଦୂର ଗୁରୁତର ସହ ଗ୍ରହଣ କରୁଛି ବୋଲି ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତିି ।

ମୁଖ୍ୟ ବିଚାରପତି ବିିପିନ୍ ସଂଘି ଓ ନବୀନ ଚାୱଲାଙ୍କ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଆବେଦନକାରୀ ଏହି ଘଟଣାର ଏସ୍‌ଆଇଟି ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି । ପୂର୍ବତନ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ଏହି ତଦନ୍ତ କରିବାକୁ ପିଟିସନରେ ସୌରଭ ଉଲ୍ଲେଖ କରିଛନ୍ତି । ଆବଦେନକାରୀ ସୌରଭଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁସିଂଘଭି ଏହି ମାମଲା ଲଢ଼ିଥିଲେ । ସୌରଭ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, କେଜ୍ରିୱାଲଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଉଥିବା ଦିଲ୍ଲୀ ପୋଲିସ୍ ନିଜେ ଦାୟିତ୍ୱରେ ଅବହେଳା କରିଛି । ସିସିଟିଭିରେ ସ୍ପଷ୍ଟ ଦୃଶ୍ୟମାନ ଯେ, ବିରୋଧ ପ୍ରଦର୍ଶନକାରୀ ମୁଖ୍ୟ ଫାଟକ ଭାଙ୍ଗି ପଶିବାକୁ ଉଦ୍ୟମ କରିଥିଲେ । ପ୍ରମାଣ ନଷ୍ଟ କରିବା ପାଇଁ ସିସିଟିଭି କ୍ୟାମେରା ମଧ୍ୟ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା ।

ସରକାରଙ୍କ ପକ୍ଷରୁ ମାମଲା ଲଢ଼ିଛନ୍ତି ଏଏସ୍‌ଜି ସଞ୍ଜୟ ଜୈନ୍ । କୋର୍ଟଙ୍କ ନୋଟିସ୍ ଜାରି କରିବାକୁ ନେଇ ଶୁଣାଣି ବେଳେ ସଞ୍ଜୟ ଆପତିି ଜଣାଇଥିଲେ । ଯଦି ନୋଟସ ଅସହଜ ହେଉଛି, ତେବେ ନୋଟିସ ଆଗରୁ କୋର୍ଟରେ ହାଜର ହେବାକୁ କହିଥିଲେ ଖଣ୍ଡପୀଠ । ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ଯେ, ବିକ୍ଷୋଭକାରୀଙ୍କ ଆଗରେ ପୋଲିସ ବଳ ଯଥେଷ୍ଟ ନୁହେଁ ବୋଲି ସ୍ପଷ୍ଟ ଦୃଶ୍ୟମାନ । ଦିଲ୍ଲୀ ପୋଲିସ୍ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଛି ବୋଲି ଅଧିକ ସୂଚନା ଦାଖଲ କରିବାକୁ ଏଏସ୍‌ଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଶୁଣାଣି ସମୟରେ, ଖଣ୍ଡପୀଠଙ୍କୁ ଏହି ମାମଲା ପରିଚାଳନା ନ କରିବାକୁ ଏଏସଜି ଜୈନ ଅନୁରୋଧ କରିଥିଲେ । ଏହି ପରପ୍ରେକ୍ଷୀରେ ସେ ଯୁକ୍ତି ବାଢ଼ିଥିଲେ ଯେ, “ଏହି ମାମଲା ନିଜେ କେଜ୍ରିୱାଲ ଦାଖଲ କରିନାହାନ୍ତି କିମ୍ବା ପୋଲିସରେ ମଧ୍ୟ ଅଭିଯୋଗ କରିନାହାନ୍ତି । ପୋଲିସ ନିଜ ଆଡ଼ୁ ଏଫଆଇଆର୍ ରୁଜୁ କରି ତଦନ୍ତ କରୁଛି ।” ମାମଲା ପରିଚାଳନା କରାଯାଉନି ବରଂ ଘଟଣା ବିଷୟରେ ପୋଲିସକୁ ଅଧିକ ତଥ୍ୟ ମଗାଇଛି । ଆସନ୍ତା ଏପ୍ରିଲ ୨୫କୁ ମାମଲାର ପରବର୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.