Latest Odisha News

ବିଜେଡିକୁ କଡା ଉତ୍ତର ଦେଲେ ମନ୍ତ୍ରୀ: କହିଲେ, ‘ବିଜେଡିର ସମ୍ପତ୍ତି ନଥିଲେ ବିଜୁ ବାବୁ’

ଭୁବନେଶ୍ବର: ପଞ୍ଚାୟତିରାଜ ଦିବସକୁ ନେଇ ବିଜେଡି ଲଗାତାର ସରକାରଙ୍କୁ ଆଜି ଟାର୍ଗେଟ କରିଥିବା ବେଳେ ଏହାର କଡା ଜବାବ ରଖିଛନ୍ତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବିଜୁ ବାବୁଙ୍କୁ ବିଜେପି ସରକାର ଅସମ୍ମାନ କରୁଥିବା ଲାଞ୍ଛନାକୁ ନେଇ ମନ୍ତ୍ରୀ କହିଛନ୍ତି, ବିଜୁ ବାବୁ ଓଡିଶାର ବରପୁତ୍ର ଥିଲେ ।, ଏଥିରେ କାହାର ସନ୍ଦେହ ନାହିଁ କି ପକ୍ଷ ପ୍ରତିପକ୍ଷ ମଧ୍ୟ କିଛି ନାହିଁ । ବିଜୁ ବାବୁ ବିଜେଡିର ସମ୍ପତ୍ତି ନଥିଲେ, ସେ ଜାତୀୟ ସମ୍ପତ୍ତି ଥିଲେ । ଓଡିଶା ପାଇଁ ଗୋୗରବ ଆଣିଥିଲେ । ତାଙ୍କ ପ୍ରତି ଅସମ୍ମାନର ପ୍ରଶ୍ନ ହିଁ ଉଠୁନାହିଁ । ଏଥିସହିତ ମନ୍ତ୍ରୀ ଏହା ବି କହିଛନ୍ତି, ଜାତୀୟ ପଞ୍ଚାୟତିରାଜ ଦିବସ ଏପ୍ରିଲ ୨୪ରେ ପାଳନ ହେଉଥିବା ବେଳେ ବିଜେଡି କିମ୍ବା ଜନତା ଦଳ ଏପ୍ରିଲ ୨୪ ରେ ପଞ୍ଚାୟତିରାଜ ଦିବସ ପାଳନ କେବେ ହେଲେ ବି ପାଳନ କରିନାହିଁ । ଯାହାକୁ ନେଇ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି, କ’ଣ ଦେଶ ଠାରୁ ଭିନ୍ନରେ ଯାଇ ରାଜ୍ୟରେ ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଅଲଗା ଦିନରେ ପାଳନ ହେବ କି? ତେବେ ଦେଶ ଠାରୁ ଭିନ୍ନ ଯାଇ ପଞ୍ଚାୟତିରାଜ ଦିବସ ପାଳନ ହେବ କାହିଁକି?

ମନ୍ତ୍ରୀ ଆହୁରି ବି କହିଛନ୍ତି, ବିଜୁ ବାବୁଙ୍କ ପ୍ରତି ସମ୍ମାନ ରହିଛି । ତାଙ୍କର ଜନ୍ମ ଜୟନ୍ତୀ ଓ ତିରୋଧାନ ଦିବସ ବିଜେଡି କି ସରକାରଙ୍କ ନୁହେଁ, ଏହା ଜନସାଧାରଣଙ୍କ ଦାୟିତ୍ଵ । ତେଣୁ ଜନ୍ମ ଜୟନ୍ତୀ ଓ ତିରୋଧାନ ଦିବସ ବି ପାଳନ ହେବ । ମାର୍ଚ୍ଚ ୫ରେ ଛୁଟି ବାତିଲ ନେଇ, ପଞ୍ଚାୟତିରାଜ ଦିବସ ପାଳନ ହେଉଥିବାରୁ ସେ ଦିନ ଛୁଟି ରହୁଥିଲା, ଘଣ୍ଟେ ଦୁଇ ଘଣ୍ଟାର କାର୍ଯ୍ୟକ୍ରମ ପାଇଁ ପୁରା କାର୍ଯ୍ୟ ଦିବସ କାହିଁକି ବାତିଲ ହେବ ବୋଲି? ସେ କହିଛନ୍ତି । ସରକାରଙ୍କ କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟ ସମୟ ନଥାଏ । ୩୬୫ ଦିନ ୨୪ ଘଣ୍ଟା କାର୍ଯ୍ୟ ସମୟ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ କହିରଖୁଛୁ, ବିଜେଡି ସରକାର ଥିବା ବେଳେ ମାର୍ଚ୍ଚ ୫ ବିଜୁ ବାବୁଙ୍କୁକ ଜୟନ୍ତିକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଇ, ପଞ୍ଚାୟତ ପାଇଁ ବିଜୁ ବାବୁଙ୍କ ଅବଦାନକୁ ସମ୍ମାନ ଜଣାଏ ଏହିଦିନ ଛୁଟି ପାଳନ କରାଯାଏ । ହେଲେ ଏଥର ମାର୍ଚ୍ଚ ୫ କାର୍ଯ୍ୟ ଦିବସ ରହିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେଡି ।

ଏନେଇ ବିଜେଡି ବିଧାୟକ ଦେବୀ ମିଶ୍ର, ବିଜେପି ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି, ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ତିନି ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇ ଆସୁଥିବା ବେଳେ, ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତ୍ତି ନେବା, ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣମନୋଭାବର ପରିଚୟ ଦେଉଛି ।

ସେହିପରି ବିଜେଡି ବରିଷ୍ଠ ନେତା, ରାଜା ସ୍ବାଇଁ କହିଛନ୍ତି, ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ହୀନମନ୍ୟତାର ପରିଚୟ । ଏଥିସହ ଏହା ଓଡ଼ିଆ ଅସ୍ମିତାର ପରିପନ୍ଥୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓଡିଆ ଅସ୍ମିତାର ପ୍ରତୀକ ଥିଲେ । ନୂଆ ସରକାର ଆସିବା ପରେ ସରକାରୀ କ୍ୟାଲେଣ୍ଡର  ଓ ସରକାରୀ  ଡାଏରୀ କରି ମାର୍ଚ୍ଚ ୫କୁ  ପଞ୍ଚାୟତିରାଜ ଦିବସ  ଛୁଟି ଘୋଷଣା କରିଥିଲେ । ହେଲେ ଏବେ ତାକୁ ବାତିଲ୍ କାହିଁକି କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏତିସହିତ ସେ ଏହା ବି କହିଛନ୍ତି, ବିଜୁବାବୁ ପଞ୍ଚୟତଗୁଡିକ କ୍ଷମତା ପ୍ରଦାନ କରି ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ । ଓଡିଶାବାସୀ ଏହାର ବିଚାର କରିବେ । ବିଜେଡି ଏହାକୁ ନିନ୍ଦା କରୁଛି ବୋଲି କହିବା ସହ ଏହି ପ୍ରସଙ୍ଗ ଆଗାମୀ ଦିନରେ ସେ ବିଧାନସଭାରେ ଉଠାଇବେ ଚେତାବନୀ ଦେିଛନ୍ତି ରାଜା ।

ଏହାକୁ ନେଇ ବିଜେଡି ନେତ୍ରୀ ପ୍ରମିଳିଳା ମଧ୍ୟ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତି ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି । କହିଛନ୍ତି, ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି, କାରଣ ଲୋକ ତାଙ୍କୁ ଭଲ ପାଆନ୍ତି । ଏପରି ଅପମାନ କରିବା ସରକାରଙ୍କ ଠିକ୍‌ ନୁହେଁ । ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଲା ବିଜେପି । ବିଜୁଙ୍କୁ ଅପମାନ କରିବା କ’ଣ ଓଡ଼ିଆ ଅସ୍ମିତା? ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ।

ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ନେଇ ବିଜେପି ସରକାରଙ୍କୁ ନିନ୍ଦା କରିଛି । ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । କହିଛନ୍ତି, ଓଡ଼ିଆ ଅସ୍ମିତା କହୁଥିବା ସରକାର ଓଡ଼ିଆ ଅସ୍ମିତା ଭୁଲିଗଲେ । ବିଜୁ ବାବୁଙ୍କ ସହ ବାଜପେୟୀଙ୍କ ସମ୍ପର୍କ ମଧ୍ୟ ବିଜେପି ଭୁଲିଯାଇଛି । ଆମେ ସରକାରଙ୍କ ନିଷ୍ପତ୍ତିକୁ ନିନ୍ଦା କରୁଛୁ ।

Comments are closed.