ଭୁବନେଶ୍ୱର: ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । କରୋନା ମହାମାରୀ ସଂକଟ ଭିତରେ କଟକଣା ମାନି ନୂଆଖାଇ କିଭଳି ପାଳନ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ ।
କୋଭିଡ୍ କଟକଣା ଓ ଗାଇଡଲାଇନ୍ ଭିତରେ ନୂଆଁଖାଇ ପର୍ବର ନୀତିକ୍ରାନ୍ତି ପାଳନ ପାଇଁ ପଦକ୍ଷେପ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାସହ ଆବଶ୍ୟକ ସାମଗ୍ରୀ କିଣାବିକା କରିବା ପାଇଁ ନୂଆଁଖାଇ ପୂର୍ବରୁ କଟକଣା କୋହଳ ପାଇଁ ଅନୁରୋଧ କରିଛନ୍ତି ସୁରେଶ ପୂଜାରୀ ।
ଏହାବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଗରିବ କଲ୍ୟାଣ ଯୋଜନାର ସାମଗ୍ରୀ ଓ ଅର୍ଥ ରାଶି ନୂଆଁଖାଇ ପୂର୍ବରୁ ହିତାଧିକାରୀଙ୍କୁ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି ସୁରେଶ ପୂଜାରୀ ।
#କୋଭିଡ-୧୯ ର କଟକଣା ଓ ମାର୍ଗଦର୍ଶିକା ଭିତରେ ନୂଆଁଖାଇ ପର୍ବର ନୀତିକାନ୍ତି ପାଳନ ପାଇଁ ପଦକ୍ଷେପ, ଆବଶ୍ୟକ ସାମଗ୍ରୀ କିଣା-ବିକା ସକାଶେ କଟକଣା କୋହଳ ଓ କେନ୍ଦ୍ର ସମସ୍ତ ଗରୀବ କଲ୍ୟାଣ ଯୋଜନାର ସାମଗ୍ରୀ ଓ ଅର୍ଥ ରାଶି ଆଗୁଆ ହିତାଧିକାରୀମାନଙ୍କୁ ପ୍ରଦାନର ବ୍ୟବସ୍ଥା କରିବାପାଇଁ ପଦକ୍ଷେପ ନେବା ସକାଶେ @Naveen_Odisha ଙ୍କୁ ମୋର ଚିଠି.. pic.twitter.com/NoHYIAuZ0v
— Suresh Pujari (@sureshkpujari) August 9, 2020
Comments are closed.