Latest Odisha News

BREAKING NEWS

ନୂଆଁଖାଇ ପାଳନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସୁରେଶ ପୂଜାରୀଙ୍କ ଚିଠି

ଭୁବନେଶ୍ୱର: ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । କରୋନା ମହାମାରୀ ସଂକଟ ଭିତରେ କଟକଣା ମାନି ନୂଆଖାଇ କିଭଳି ପାଳନ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ ।

କୋଭିଡ୍ କଟକଣା ଓ ଗାଇଡଲାଇନ୍ ଭିତରେ ନୂଆଁଖାଇ ପର୍ବର ନୀତିକ୍ରାନ୍ତି ପାଳନ ପାଇଁ ପଦକ୍ଷେପ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାସହ ଆବଶ୍ୟକ ସାମଗ୍ରୀ କିଣାବିକା କରିବା ପାଇଁ ନୂଆଁଖାଇ ପୂର୍ବରୁ କଟକଣା କୋହଳ ପାଇଁ ଅନୁରୋଧ କରିଛନ୍ତି ସୁରେଶ ପୂଜାରୀ ।

ଏହାବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଗରିବ କଲ୍ୟାଣ ଯୋଜନାର ସାମଗ୍ରୀ ଓ ଅର୍ଥ ରାଶି ନୂଆଁଖାଇ ପୂର୍ବରୁ ହିତାଧିକାରୀଙ୍କୁ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି ସୁରେଶ ପୂଜାରୀ ।

Leave A Reply

Your email address will not be published.