Latest Odisha News

କୋଚଙ୍କ ଝିଅ ପ୍ରେମରେ ପଡିଥିଲେ ସୁରେଶ ରାଇନା

ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଭାରତର ସଫଳ ଖେଳାଳି ଭାବେ ପରିଚିତ ସୁରେଶ ରାଇନାଙ୍କ ପ୍ରେମ କାହାଣୀ ବି କିଛି କମ ନୁହେଁ । ପ୍ରିୟଙ୍କା ଚୌଧୁରୀ ଜଣେ ବିଟେକ ଛାତ୍ରୀ । ତାଙ୍କ ବାପା ତେଜପାଲ ଚୌଧୁରୀଙ୍କ ନିକଟରୁ ରାଇନା ତାଙ୍କ କ୍ୟାରିୟର ଆରମ୍ଭରେ ପ୍ରଶିକ୍ଷଣ ନେଉଥିଲେ । ରାଇନା ଓ ପ୍ରିୟଙ୍କା ପଡୋଶୀ ଥିଲେ । ଦୁଇ ପରିବାର ମଧ୍ୟରେ ଭଲ ସମ୍ପର୍କ ଥିଲା ।

ପିଲାବେଳୁ କଲେଜ ପର୍ଯ୍ୟନ୍ତ ସେମାନ ଭଲ ବନ୍ଧୁ ଭାବେ ଦିନ କାଟିଥିଲେ । ଏହା ପରେ ରାଇନା ଭାରତୀୟ ଦଳରେ ସୁଯୋଗ ପାଇଥିବା ବେଳେ ପ୍ରିୟଙ୍କା ନେଦରଲାଣ୍ଡ ବକ୍ସିଂ ସେଂଟରରେ ଆଇଟି ଜବ କରିବାକୁ ପଳାଇ ଯାଇଥିଲେ । ଦୁଇ ଭଲ ବନ୍ଧୁ ଅଲଗା ହୋଇ ଯାଇଥିଲେ । ୨୦୦୮ରେ ଉଭୟଙ୍କ ମନ ଡାକିଥିଲେ । ପୂନର୍ବାର ଯୋଡି ହେବାର ମାଧ୍ୟମ ସାଜିଥିଲା ଫୋନ ।

ଏହା ପରେ ପ୍ରେମ ଆଉ ଶେଷରେ ବାହାଘର ପର୍ଯ୍ୟନ୍ତ କଥା ପଂହଚି ଯାଇଥିଲା । ସେ ସମୟରେ ଆମେ ୫ ମିନିଟ ପାଇଁ ଦିଲ୍ଲୀ ବିମାନବନ୍ଦରରେ ଭେଟ ହୋଇଥିଲୁ । ସେହି ୫ ମିନିଟରେ ସବୁ କିଛି ସ୍ଥିର ହୋଇ ଯାଇଥିଲା । ରାଇନାଙ୍କ ମାଆ ପ୍ରିୟଙ୍କାଙ୍କ ପରିବାର ସହ କଥା ହୋଇଥିଲେ । ସେମାନେ ବି ଏହି ବାହାଘରରେ ରାଜି ହୋଇ ଯାଇଥିଲେ ।

ଏକ ଶୃଙ୍ଖଳିତ ପ୍ରେମ କାହାଣୀ ବାହାଘରରେ ଶେଷ ହୋଇଥିଲା । ଏବେ ସେମାନଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛି । ୧୫ ଅଗଷ୍ଟ ୨୦୨୦ରେ ରାଇନା କ୍ରିକେଟରୁ ଅବସର ଘୋଷଣା କରିଥିଲେ । ପ୍ରିୟଙ୍କା ଏବେ ମାଟେ ନାମକ ଚାଇଲ୍ଡ କେୟାର ବ୍ରାଣ୍ଡର କୋ ଫାଉଣ୍ଡର ଅଛନ୍ତି । ରାଇନା ତାଙ୍କ ରେଷ୍ଟୁରାଂଟ ଉପରେ ଧ୍ୟାନ ଦେଉଛନ୍ତି ।

Comments are closed.