Latest Odisha News

BREAKING NEWS

ରାମଲାଲାଙ୍କ ଐଶ୍ୱରୀୟ ଆଖି ତିଆରି କରିଥିବା ରୁପା ହାତୁଡ଼ି, ସୁନା ନିହଣ ଫଟୋ ଶେୟାର କଲେ ଅରୁଣ ଯୋଗୀରାଜ

ଅଯୋଧ୍ୟା: ଅଯୋଧ୍ୟାରେ ଜାନୁଆରୀ ୨୨ରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି। ରାମମନ୍ଦିରରେ ପୂଜା ପାଉଛନ୍ତି ରାମଲାଲା । ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅଯୋଧ୍ୟାକୁ ରାମଲାଲାଙ୍କ ଦର୍ଶନ କରିବାକୁ ଆସୁଛନ୍ତି। ଏହାରିଭିତରେ ମୂର୍ତ୍ତି ଶିଳ୍ପୀ ଅରୁଣ ଯୋଗୀରାଜ ନିହଣ ଏବଂ ହାତୁଡ଼ିର ଫଟୋ ଶେୟାର କରିଛନ୍ତି। ଏହି ହାତୁଡି ଓ ନିହଣ ସାହାଯ୍ୟରେ ସେ ରାମଲାଲାଙ୍କ ଢଳଢଳ ଆଖି ପ୍ରସ୍ତୁତ କରିଥିଲେ।

BjdElectrycity

ଶିଳ୍ପୀ ଅରୁଣ ଯୋଗୀରାଜ ରାମଲାଲାଙ୍କ ପ୍ରତିମାକୁ ଏକ ରୁପା ହାତୁଡ଼ି ଏବଂ ସୁନା ନିହଣରେ ତିଆରି କରିଛନ୍ତି। ତାଙ୍କ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏହାର ଫଟୋ ଶେୟାର କରି ଏଥିରେ ସେ କ୍ୟାପ୍‌ଶନ ଲେଖିଛନ୍ତି, ମୁଁ ଏହି ଉପକରଣ ସହିତ ରାମଲାଲାଙ୍କ ଐଶ୍ୱରୀୟ ଆଖି ତିଆରି କରିଛି। ଯାହା କି ପ୍ରଭୁ ରାମଙ୍କ ଦିବ୍ୟ ଦୃଷ୍ଟି। ଏହାକୁ ଦେଖିବା ପରେ ମୋତେ ମଧ୍ୟ ଆଶ୍ଚର୍ଯ୍ୟ ଲାଗିଥିଲା। ରାମଲାଲାଙ୍କ ମୁଖମଣ୍ଡଳରେ ପରିବର୍ତ୍ତନ ହୋଇଥିବା ସେ କହିଥିଲେ।
ଶିଳ୍ପୀ ଅରୁଣ ଯୋଗୀରାଜ କର୍ଣ୍ଣାଟକ ମହୀଶୂର ବାସିନ୍ଦା। ସେ ରାମଲାଲାଙ୍କ ସମେତ ଅନ୍ୟାନ୍ୟ ପ୍ରତିମୂର୍ତ୍ତି ତିଆରି କରିଛନ୍ତି, କିନ୍ତୁ ରାମଲାଲାଙ୍କ ପ୍ରତିମୂର୍ତ୍ତି ତିଆରି କରିବା ପରେ ସେ ବେଶ୍‌ ପ୍ରସିଦ୍ଧ ହୋଇଛନ୍ତି। ସେ ଏକ ବିଶାଳ ପ୍ରତିମୂର୍ତ୍ତି ତିଆରି କରିଥିବାରୁ ତାଙ୍କୁ ସାରା ଦେଶରେ ପ୍ରଶଂସା କରାଯାଉଛି। ଯେତେବେଳେ ରାମଲାଲାଙ୍କ ମୂର୍ତ୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଲା, ସେତେବେଳେ ଏହାର ମହାନତା ଉପରୁ ଲୋକଙ୍କ ନଜର ହଟିଲାନି। କେବଳ ଅରୁଣ ଯୋଗୀରାଜଙ୍କ ଯୋଗୁ ଏପରି କାର୍ଯ୍ୟ ସମ୍ଭବ ହୋଇପାରିଛି ବୋଲି ସମସ୍ତଙ୍କ ମୁହଁରେ ଗୋଟିଏ କଥା ଶୁଣିବାକୁ ମିଳେ। ଅରୁଣ ଯୋଗୀରାଜ ଗୋଟିଏ ପଥରରୁ ରାମଲାଲାଙ୍କ ପ୍ରତିମା ତିଆରି କରିଛନ୍ତି। ଏଥିରେ ଅନ୍ୟ କୌଣସି ପଥର ଲାଗି ନାହିଁ । ମୂର୍ତ୍ତିର ଓଜନ ପ୍ରାୟ ୨୦୦ କିଲୋଗ୍ରାମ ଓ ରାମଲାଲା ମୂର୍ତ୍ତିର ଉଚ୍ଚତା ୪.୨୪ ଫୁଟ ଓ ମୋଟେଇ ତିନି ଫୁଟ ରହିଛି । ଆହୁରି ମଧ୍ୟ, ମୂର୍ତ୍ତିଗୁଡ଼ିକରେ ଭଗବାନ ବିଷ୍ଣୁଙ୍କର ଦଶ ଅବତାର ଦେଖାଯାଇଛି ।

Leave A Reply

Your email address will not be published.