Latest Odisha News

BREAKING NEWS

ଆରପାରିରେ ଡାକ୍ତର ଭବାନୀ ଶଙ୍କର ବଳ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଲୋକପ୍ରିୟ ସର୍ଜନ ଡାକ୍ତର ଭବାନୀ ଶଙ୍କର ବଳ ଆଉ ନାହାନ୍ତି । ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । କରୋନା ସଂକ୍ରମିତ ହୋଇ ଦୀର୍ଘ ମାସ ହେବ ମୃତ୍ୟୁ ସହ ସଂଗ୍ରାମ କଲା ପରେ ସେ ହାରିଯାଇଛନ୍ତି । ୟୁନିଟ -୬ ସ୍ଥିତ ସରକାରୀ ବାସ ଭବନରେ ଗତକାଲି ରାତିରେ ତାଙ୍କର ପରଲୋକ ହୋଇଛି । ଡାକ୍ତର ବଳଙ୍କ ବିୟୋଗରେ ଚାରିଆଡେ ଶୋକର ଛାୟା ଖେଳାଯାଇଛି।

ଡାକ୍ତର ବଳ କରୋନାରେ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ଆପୋଲ ହସ୍ପିଟାଲରେ ଭର୍ତି ହୋଇଥିଲେ। ତାଙ୍କର ଫୁସ୍ ଫୁସ୍ ଅଧିକ ମାତ୍ରାରେ ସଂକ୍ରମିତ ହୋଇଥିଲା । ଦୀର୍ଘ ତିନି ମାସ ଧରି ସେଠାରେ ଚିକିତ୍ସିତ ହେବା ପରେ କ୍ୟାପିଟାଲ ହସ୍ପିଟାଲ ସ୍ତାନାନ୍ତର ହୋଇଥିଲେ। ପ୍ରାୟ ୨୦ ଦିନ ଧରି ଆଇସିୟୁରେ ରହିବା ପରେ ସାମାନ୍ୟ ଭଲ ଲାଗିବାରୁ ରବିବାର ଦିନ ଘରକୁ ଆସିଥିଲେ ।ହେଲେ ଗତକାଲି ରାତିରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଡାକ୍ତରଖାନା ଯିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.