Latest Odisha News

ସମ୍ ଡାକ୍ତରଙ୍କ ଆଉ ଏକ କଷ୍ଟସାଧ୍ୟ ଅସ୍ତ୍ରୋପଚାର…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି ।

ମୟୁରଭଞ୍ଜ ଜିଲ୍ଲାର ଜସିପୁର ଅଂଚଳର ଜନୈକା ୪୨ ବର୍ଷୀୟା ମହିଳାଙ୍କର ବେଶ କିଛି ମାସ ଧରି ତଳିପେଟ ଦରଜ ରହିବା ସହ ସେ ଦୁର୍ବଳ ଅନୁଭବ କରୁଥିଲେ । ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କର ବାମ ପାଶ୍ୱର୍ କିଡନୀରେ ଏକ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା । ସିଟି ସ୍କାନ୍ ପରେ ଏହି ଟ୍ୟୁମର ଶରୀରର ବୃହତମ ଶିରାକୁ ବ୍ୟାପିଥିବା ସହ କ୍ୟାନ୍ସର ହୋଇଥାଇ ପାରେ ବୋଲି ମଧ୍ୟ ଡାକ୍ତର ଆଶଙ୍କା କରିଥିଲେ ।

ତେବେ ଏହି ଟ୍ୟୁମରର ଅସ୍ତ୍ରୋପଚାର ପାଇଁ ରୋଗୀ ଜଣକ ରାଜ୍ୟର ବଭିନ୍ନ ହସ୍ପିଟାଲ୍କୁ ଯାଇଥିଲେ ମଧ୍ୟ ସୁଫଳ ପାଇନଥିଲେ । ଶେଷରେ ସେ ସମ୍ ହସ୍ପିଟାଲ୍ରେ ପହଂଚି ୟୁରୋଲୋଜି ବିଭାଗରେ ନିଜର ଚିକିତ୍ସା କରାଇଥିଲେ । ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ଦେବବ୍ରତ ସାବତ ତାଙ୍କର ଚିକିତ୍ସା କରିବା ସହ ଅପରେସନ୍ କରିବା ପାଇଁ ନିଷ୍ପତି ନେଇଥିଲେ ।

ଡାକ୍ତର ସାବତ୍ଙ୍କ ନେତୃତ୍ୱରେ ଏହି ଅପରେସନ୍ ପାଇଁ ଏକ ଟିମ୍ ଗଠନ କରାଯାଇଥିବା ବେଳେ ନିଶ୍ଚେତକ ବିଭାଗର ଡାକ୍ତର ଡେଜି କରନ୍, ଡାକ୍ତର ମେଘା ଖୈତାନ୍ ଏବଂ ହୃଦଶଲ୍ୟ ବିଶେଷଜ୍ଞ ଡାକ୍ତର ଦେବାଶିଷ ସାହୁ ଏହି ଅପରେସନ୍ରେ ସାମିଲ ହୋଇଥିଲେ । ପ୍ରାୟ ୫ ଘଂଟା ଧରି ଏହି ଜଟିଳ ଅସ୍ତ୍ରୋପଚାର କରାଯାଇଥିଲା । ବର୍ତମାନ ରୋଗୀ ଜଣକ ସୁସ୍ଥ ଥିବା ଜଣାପଡ଼ିଛି ।

Comments are closed.