Latest Odisha News

BREAKING NEWS

କ୍ୟାନ୍ସର ରୋଗରୁ ମୁକ୍ତି ଦେବ ଭ୍ୟାକ୍ସିନ!

ନୂଆଦିଲ୍ଲୀ: କ୍ୟାନ୍ସର ରୋଗ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଭ୍ୟାକ୍ସିନ ଆବିଷ୍କାର ହୋଇପାରିନାହିଁ। କିନ୍ତୁ ବର୍ତ୍ତମାନ୍ ଏ ନେଇ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଆସିଛି।

ତେବେ ବୈଜ୍ଞାନିକମାନେ ଏପରି ଏକ ଟିକା ତିଆରି କରିଛନ୍ତି ଯାହାଦ୍ୱାରା କ୍ୟାନ୍ସର ଦୂର ହୋଇପାରିବ। ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ mRNA ନାମକ ଏକ ଟିକା ତିଆରି କରିଛନ୍ତି ଯାହା କି ଟ୍ୟୁମର ବିରୁଦ୍ଧରେ ଶରୀରର ପ୍ରତିରକ୍ଷା ଶକ୍ତିକୁ ବୃଦ୍ଧି କରିପାରିବ। ଏକ ଅଧ୍ୟୟନ ଅନୁଯାୟୀ, ଏହି ଟିକାକୁ ଇମ୍ମୁନ ଚେକ୍ପଏଣ୍ଟ ଇନହିବିଟର ଇମ୍ମୁନୋଥେରାପି ଔଷଧ ସହିତ ମୂଷା ଉପରେ ପରୀକ୍ଷଣ କରାଯାଇଛି। ଏହି ଟିକା ଦେବା ଦ୍ଵାରା ମୂଷାରେ ଏକ ଦୃଢ଼ ଟ୍ୟୁମର-ଆଣ୍ଟି-ଟ୍ୟୁମର ପ୍ରଭାବ ଦେଖାଯାଇଥିଲା। ଏହା କୌଣସି ନିର୍ଦ୍ଦିଷ୍ଟ ଟ୍ୟୁମର ପ୍ରୋଟିନକୁ ଟାର୍ଗେଟ କରି ନଥିଲା ବରଂ କ୍ୟାନ୍ସର ବିରୁଦ୍ଧରେ ପ୍ରତିରକ୍ଷା ଶକ୍ତିକୁ ବୃଦ୍ଧି କରିଥିଲା। ତେବେ ମୂଷା ପରେ ଏହାକୁ ମଣିଷ ଉପରେ ବ୍ୟବହାର କରାଯିବା ନେଇ ଯୋଜନା ଚାଲିଛି।

ୟୁଏଫ ହେଲ୍ଥର ଅଙ୍କୋଲୋଜିଷ୍ଟ ଏବଂ ମୁଖ୍ୟ ଗବେଷକ ଡକ୍ଟର ଏଲିୟାସ୍ ସାୟୁର ଏନେଇ କହିଛନ୍ତି ଯେ ଏହା ସର୍ଜରୀ, ରେଡିଏସନ୍ କିମ୍ବା କେମୋଥେରାପି ଉପରେ ନିର୍ଭର କରିବ ନାହିଁ। ଯଦି ଏହି ଟିକା ମଣିଷ ଉପରେ ମଧ୍ୟ ସମାନ ଫଳାଫଳ ଦେଖାଏ ତେବେ ଏହା କ୍ୟାନ୍ସର ରୋଗର ଟିକା ପ୍ରସ୍ତୁତ କରିବା ପାଇଁ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ଯୋଗାଇବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଟିକା ଦ୍ଵାରା ଆମେ ସମସ୍ତ ପ୍ରକାରର କ୍ୟାନ୍ସର ରୋଗ ସହ ଲଢ଼ିପାରିବା ଓ ଏହା କ୍ୟାନ୍ସର ଟ୍ୟୁମର ବିରୁଦ୍ଧରେ ମଧ୍ୟ ଫଳପ୍ରଦ ହେବ। ସାୟୁର୍ ଲ୍ୟାବରେ ଗତ ବର୍ଷ ଏହି ଟିକାର ଅଧ୍ୟୟନ କରାଯାଇଥିଲା। ଯେଉଁଥିରେ ଏକ mRNA ଟିକା ପ୍ରତିରକ୍ଷା ପ୍ରଣାଳୀକୁ ଗ୍ଲିଓବ୍ଲାଷ୍ଟୋମା ଅର୍ଥାତ୍ ଏକ ମସ୍ତିଷ୍କ ଟ୍ୟୁମରକୁ ଚିକିତ୍ସିତ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା।

 

Comments are closed.