Latest Odisha News

BREAKING NEWS

ଆସନ୍ତା ୨୫ ତାରିଖ ଭିତରେ ସରିବ ରତ୍ନଭଣ୍ଡାର ସର୍ଭେ କାମ: ଜଷ୍ଟିସ୍ ରଥ

ପୁରୀ: ଆସନ୍ତା ୨୫ ତାରିଖ ଭିତରେ ସରିବ ରତ୍ନଭଣ୍ଡାର ସର୍ଭେ କାମ । ଏନେଇ ସୂଚନା ଦେଇଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ଆସନ୍ତା ୨୫ ତାରିଖରୁ ଜଗତଜନନୀ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଯିବ । ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଗଲେ ଆଉ କିଛି କରିହେବନି । ତେଣୁ ଆମେ ଅନୁରୋଧ କରିଛୁ ଆସନ୍ତା ୨୫ ତାରିଖ ଭିତରେ ସର୍ଭେ କାମ ସାରିବା ପାଇଁ । ଆମ ଅନୁରୋଧ କ୍ରମେ ସେମାନେ ୨୫ ଭିତରେ କାମ ସାରିବେ ବୋଲି ଆଶ୍ବାସନା ଦେଇଛନ୍ତି ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ।

ତେବେ ଆଜି ରତ୍ନଭଣ୍ଡାର ନିରୀକ୍ଷଣ ଓ ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି । ଦୀର୍ଘ ୩ଘଣ୍ଟା ଧରି ଏଏସଆଇ ଅତିରିକ୍ତ ଡିଜିଙ୍କ ନେତୃତ୍ବରେ ଚାଲିଥିବା ଯାଞ୍ଚ ପରୀକ୍ଷଣ ଶେଷ ହୋଇଛି । ଭିତର ରତ୍ନଭଣ୍ଡାରକୁ ଲେଜର ସ୍କାନିଂ ସହ ଫିଜିକାଲ୍ ଯାଞ୍ଚ ମଧ୍ୟ କରାଯାଇଛି । ତେବେ ଆଉଥରେ ସର୍ବେକ୍ଷଣ ହେବା ନେଇ ସୂଚନା ମିଳିଛି । ସର୍ବେକ୍ଷଣ ପରେ ରିପୋର୍ଟ ମିଳିବ । ରିପୋର୍ଟ ଆସିଲେ ରାଜ୍ୟ ସରକାରଙ୍କ ନିକଟରେ ଆମେ ଦାଖଲ କରିବୁ । ପରେ ଆଗମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀ ରଥ ।

 

Leave A Reply

Your email address will not be published.