Latest Odisha News

ସୂର୍ଯ୍ୟନଗର କୋଭିଡ୧୯ ପଜିଟିଭଙ୍କ ମିଳିଲା କୋଲକାତା ଲିଙ୍କ

ଭୁବନେଶ୍ୱର : ରାଜଧାନୀର ସୂର୍ଯ୍ୟନଗରରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀଙ୍କ ଝିଅ କିଛି ଦିନ ତଳେ କୋଲକାତାରୁ ଫେରିଥିବା ସୂଚନା ମିଳିଛି । ସେଠାରେ ସେ ଚାରିଦିନ ରହି ଫେରିଥିଲେ ଏବଂ ସମ୍ଭବତଃ ସେହିଠାରୁ ହିଁ ସଂକ୍ରମଣ ହୋଇଥିବା ଶନିବାର କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ସୂର୍ଯ୍ୟନଗରର କରୋନା ପଜିଟିଭ ବ୍ୟକ୍ତି ଜଣଙ୍କ ଅନେକଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କ ପରିଚୟ ସାର୍ବଜନୀନ କରିବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି । ଏହି ବ୍ୟକ୍ତିଙ୍କଠାରୁ ତାଙ୍କ ପରିବାରର ୨ ଜଣ ଓ ୫ଜଣ ଭଡାଟିଆ ସଂକ୍ରମିତ ହୋଇଥିବା ସେ ସୂଚନା ଦେଇଛନ୍ତି ।
ସେହିପରି ବମିଖାଲ ଅଂଚଳର ଚିହ୍ନଟ କରୋନା ପଜିଟିଭ ରୋଗୀଙ୍କର ମଧ୍ୟ ବାହାର ରାଜ୍ୟ ଗସ୍ତ ଲିଙ୍କ ରହିଥିବା ସୂଚନା ମିଳିଛି । ତାଙ୍କ ବାପା ଭୋପାଳରେ ରହନ୍ତି ଓ ସେ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡିଛି ।

ପୁରୀର କରୋନା ପଜିଟିଭ ରୋଗୀ ଭୁବନେଶ୍ୱର ବିଜେବି ନଗର ସବ ପୋଷ୍ଟ ଅପିସରେ କାମ କରନ୍ତି । ଦିଲ୍ଲୀରୁ ଫେରିବା ପରେ ତାଙ୍କର ନମୁନା ଓ ସ୍ୱାବ ପରୀକ୍ଷାରୁ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏହା ଜଣାପଡିବା ପରେ ବିଜେବି ନଗର ଅଂଚଳକୁ ସମ୍ପୂର୍ଣ୍ଣ ସିଲ କରିଦିଆଯାଇଛି । ଏ ଅଂଚଳର ଲୋକଙ୍କର ଯଦି କିଛି ବି ଲକ୍ଷଣ ଦେଖାଯାଉଛି ତୁରନ୍ତ ୧୦୪ ନମ୍ବରରେ ଫୋନ କରି ଜଣାଇବାକୁ ବିଏମସି କମିଶନର ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.