Latest Odisha News

BREAKING NEWS

ଶ୍ରୀ ରାମଲଲାଙ୍କ ଅଲୌକିକ ‘ସୂର୍ଯ୍ୟ ତିଳକ’ ଦେଖିଲେ ଦେଶବାସୀ

ଅଯୋଧ୍ୟା: ଆଜି ପବିତ୍ର ରାମ ନବମୀ ଅବସରରେ ସାରା ବିଶ୍ୱବାସୀ ଦର୍ଶନ କରିଛନ୍ତି ପ୍ରଭୁ ଶ୍ରୀ ରାମଲଲାଙ୍କ ଦିବ୍ୟ ‘ସୂର୍ଯ୍ୟ ତିଳକ’ । ଏହି ସମୟରେ ସୂର୍ଯ୍ୟଙ୍କ ଅଭିଷେକ ପାଇ ଝଲସି ଉଠିଥିଲେ ବାଲକ ରାମଲଲା । ସାରା ଅଯୋଧ୍ୟା ନଗରୀର ଖୁସି କହିଲେ ନସରେ । ଶ୍ରୀରାମଙ୍କ ଲଲାଟରେ ସୂର୍ଯ୍ୟଙ୍କ କିରଣର ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା । ଏଭଳି ଏକ ଅଲୌକିକ ଦୃଶ୍ୟ ଦେଖିବା ପରେ ଅଯୋଧ୍ୟା ରାମ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟ କିରଣ ଅଯୋଧ୍ୟାରେ ରାମ ଲାଲାଙ୍କ କପାଳରେ ପଡ଼ିଛି। ଦର୍ପଣ ଏବଂ ଲେନ୍ସ ଦ୍ବାରା ନିର୍ମିତ ଏକ ବିସ୍ତୃତ ଯନ୍ତ୍ର ଦ୍ୱାରା ସୂର୍ଯ୍ୟ ଦେବତାଙ୍କର କିରଣର ଏକ ଧାର ଆସି ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ ‘ସୂର୍ଯ୍ୟ ତିଲକ’ ପାଲଟିଛି। ହିନ୍ଦୁ ଧର୍ମର ଅନ୍ୟତମ ସମ୍ମାନିତ ଦେବତା ପ୍ରଭୁ ରାମଙ୍କ ଜନ୍ମ ତିଥିରେ ଆଜି ସାରା ବିଶ୍ୱରେ ଭକ୍ତମାନେ ରାମ ନବମୀ ପାଳନ କରୁଛନ୍ତି। ଆଜି ବିଳମ୍ୱିତ ରାତି ଯାଏଁ ଭକ୍ତମାନେ ରାମଲଲାଙ୍କ ଦର୍ଶନ ପାଇପାରିବେ । ରାମ ନବମୀ ଉପଲକ୍ଷେ ଆଜି ସକାଳ ୪.୩୦ରେ ମଙ୍ଗଳ ଆଳତି ହେବ । ଏହାପରେ ସକାଳ ୬.୩୦ରୁ ସାଧାରଣ ଦର୍ଶନ ଆରମ୍ଭ ହେବ । ସକାଳ ୯.୩୦ରେ ରାମଲଲାଙ୍କ ପ୍ରଥମ ଅଭିଷେକ କରାଯାଇଛି । ମହୁ, କ୍ଷୀର, ଘିଅ, ସରଯୂର ଜଳରେ ପ୍ରଭୂ ରାମଲଲାଙ୍କ ଅଭିଷେକ କରାଯାଇଛି । ତେବେ ଏହି ସମୟରେ ବି ଦର୍ଶନ ପୂଜନ ଜାରି ରହିବ ।

ଏକ ଘଣ୍ଟାର ସ୍ୱତନ୍ତ୍ର ଅଭିଷେକ ପରେ ପାଞ୍ଚ ମିନିଟ୍ ଯାଏ ପରଦା ପକାଯାଇଥିଲା । ଏହାପରେ ପ୍ରଭୂଙ୍କ ସ୍ୱତନ୍ତ୍ର ଶୃଙ୍ଗାର କରାଯାଇଥିଲା । ଏକ ଘଣ୍ଟା ଯାଏ ରାମଲଲାଙ୍କ ଶୃଙ୍ଗାର କରାଯାଇଥିଲା । ଏହାପରେ ରାମଲଲାଙ୍କ ନିକଟରେ ୫୬ ଭୋଗ ଲଗାଯାଇଛି । ମଧ୍ୟାହ୍ଣ ଠିକ୍ ୧୨ଟାରେ ରାମଲଲା ଜନ୍ମ ଗ୍ରହଣ କରିଥିଲେ । ଏହାପରେ ଚାରି ମିନିଟ୍ ଯାଏ ରାମଲଲାଙ୍କ ଲଲାଟରେ ସୂର୍ଯ୍ୟ କିରଣ ଅଭିଷେକ କରାଯାଇଥିଲା । ସିବିଆରଆଇ ଟିମ୍‌ଙ୍କ ଉପସ୍ଥିତିରେ ସୂର୍ଯ୍ୟାଭିଷେକ କରାଯାଇଥିଲା । ବୁଧବାର ମଧ୍ୟାହ୍ନ ୧୨ଟା ସମୟରେ ବାଲକ୍ ରାମ ‘ସୂର୍ଯ୍ୟ ତିଲକ’ରେ ଅଭିଷିକ୍ତ ହୋଇଛନ୍ତି। ୪ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣରେ ଝଲସିଥିଲା ଶ୍ରୀବିଗ୍ରହଙ୍କର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ। ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହକୁ ସୂର୍ଯ୍ୟଦେବ ଓହ୍ଲାଇ ଆସିଥିଲେ। ରାମ ନବମୀରେ ବାଲକ ରାମଙ୍କ ସୂର୍ଯ୍ୟ ତିଳକ ସଂପନ୍ନ ହୋଇଛି।

ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରାମଲଲା। ସକାଳୁ ରାମଲାଲାଙ୍କୁ କ୍ଷୀରରେ ଅଭିଷେକ ପରେ ସୁନା ଅଳଙ୍କାରରେ ଆଭୁଷିତ କରାଯାଇଥିଲା। ତେବେ ରାମ ନବମୀ ପାଇଁ ଭିଆଇପି ପାସ୍ ବନ୍ଦ କରାଯାଇଛି ।

Comments are closed.