Latest Odisha News

BREAKING NEWS

ରଣଜୀ ଟ୍ରଫି: କ୍ୱାର୍ଟର ଫାଇନାଲ ମ୍ୟାଚ ପାଇଁ ମୁମ୍ବାଇ ଟିମରେ ସାମିଲ ହେଲେ ସୂର୍ଯ୍ୟକୁମାର, ଦୁବେ

ମୁମ୍ବାଇ: ଟିମ ଇଣ୍ଡିଆର ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ରଣଜୀ ମ୍ୟାଚରେ ଖେଳିବେ । ହରିୟାଣା ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚ ପାଇଁ ମୁମ୍ବାଇ ଟିମରେ ସୂର୍ଯ୍ୟକୁମାର ଓ ଶିବମ ଦୁବେଙ୍କୁ ସାମିଲ କରାଯାଇଛି । ଫେବୃୟାରୀ ୮ରୁ ଏହି ମ୍ୟାଚ ଆରମ୍ଭ ହେବ । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷରେ ଭାରତ ୪-୧ରେ ସିରିଜ ବିଜୟୀ ହୋଇଛି । ଦିନିକିଆ ଟିମରେ ଏହି ଦୁଇ ଖେଳାଳି ସ୍ଥାନ ପାଇ ନ ଥିବାରୁ ଘରୋଇ କ୍ରିକେଟ ଖେଳିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ମେଘାଳୟକୁ ହରାଇ ମୁମ୍ବାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।

ସୂର୍ଯ୍ୟକୁମାର ଇଂଲଣ୍ଡ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିପାରି ନ ଥିଲେ । ସେ ୫ଟି ମ୍ୟାଚରେ ୨୮ ରନ କରିବାକୁ ସକ୍ଷମ ହୋଇଥିଲେ ।
ମୁମ୍ବାଇ ଟିମ: ଅଜିଙ୍କ୍ୟ ରାହାଣେ(ଅଧିନାୟକ), ଆୟୂଷ ମାହାତ୍ରେ, ଅଙ୍ଗକୃଷ ରଘୁବଂଶୀ, ଅମୋଘ ଭଟକଲ, ସୂର୍ଯ୍ୟକୁମାର ଯାଦବ, ସିଦ୍ଧେଶ ଲାଡ, ଶିବମ ଦୁବେ, ଆକାଶ ଆନନ୍ଦ, ହାର୍ଦ୍ଦିକ ତାମୋରେ, ସୂର୍ଯ୍ୟାଂଶ ଶେଡଗେ, ଶାର୍ଦ୍ଦୁଳ ଠାକୁର, ଶମ୍ସ ମୂଲାନୀ, ତନୂଷ କୋଟିୟାନ, ମୋହିତ ଅବସ୍ଥି, ସିଲଭେଷ୍ଟର ଡିସୁଜା, ରୟଷ୍ଟନ ଡାୟସ, ଅଥର୍ବ ଆଙ୍କୋଲେକର ଓ ହର୍ଷ ତନ୍ନା ।

Comments are closed.