Latest Odisha News

ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ୍

ସମ୍ବଲପୁର: ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ୍ । ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଲା ସିବିଆଇ । ନାକ୍ ରେଟିଂରେ ଲାଞ୍ଚ ମାମଲାର ଖୋଳତାଡ଼ କରିବା ସିବିଆଇ । ଘରୋଇ ବିଶ୍ବବିଦ୍ୟାଳୟର ରେଟିଂ ପାଇଁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ପ୍ରଫେସର ବୁଲୁ ମହାରଣା ।

ସୂଚନା ଅନୁସାରେ, ଉଚ୍ଚ ଶିକ୍ଷାନୁଷ୍ଠାନକୁ ଭଲ ରାଙ୍କ୍ ପାଇଁ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କ ଜ୍ୟୋତି ବିହାର ସ୍ଥିତ ସରକାରୀ ବାସଭବନରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ସିବିଆଇ । ଏହି ଘଟଣାରେ ବୁଲୁ ମହାରଣା ଗିରଫ ହେବା ପରେ ସିବିଆଇ ତାଙ୍କ କ୍ଵାଟର୍ସକୁ ସିଲ୍ କରିଥିଲା। ଆଜି ସିବିଆଇ ଟିମ୍ ସିଲ୍ ଖୋଲିବା ସହ ଯାଞ୍ଚ କରୁଛି।

ଆନ୍ଧ୍ରପ୍ରଦେଶର ଗୁଣ୍ଟୁରସ୍ଥିତ କୋନେରୁ ଲକ୍ଷମୈଆହ ଏଜୁକେଶନ୍‌ ଫାଉଣ୍ଡେଶନ୍‌ (କେଏଲ୍‌ଇଏଫ୍‌) ଅଧୀନ ଏକ ଶିକ୍ଷାନୁଷ୍ଠାନକୁ ନାକ୍‌ ରେଟିଂ ପ୍ରଦାନ ସକାଶେ ଯାଞ୍ଚ ପାଇଁ ଏକ ଟିମ୍‌ ଯାଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଜ୍ୟୋତି ବିହାର) ଲାଇବ୍ରେରୀ ସାଇନ୍ସ ବିଭାଗର ଫାକଲ୍ଟି ମୁଖ୍ୟ ପ୍ରଫେସର ଡ. ବୁଲୁ ମହାରଣାଙ୍କ ସମେତ ନାକ୍‌ ନିରୀକ୍ଷଣ କମିଟିର ୬ ସଦସ୍ୟ ଏହି ଇନ୍‌ସ୍ପେକ୍ସନ ଟିମ୍‌ରେ ରହିଥିଲେ। ସେହି ସମୟରେ ନାକ୍‌ ଏ++ଏସି ମାନ୍ୟତା ପାଇଁ ଡିଲ୍‌ ହୋଇଥିଲା। ର଼୍ୟାଙ୍କିଙ୍ଗ୍‌ ପାଇଁ ଅବଶ୍ୟକ ମାପଦଣ୍ଡ ପୂରଣ କରୁ ନ ଥିବା ଏହି ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରତିନିଧି ଦଳଙ୍କୁ ସେମାନଙ୍କ ଦାବି ଅନୁସାରେ ଦାମୀ ଆଇଫୋନ୍‌ ଓ ମୋଟା ଅଙ୍କର ଅର୍ଥରାଶି ପ୍ରଦାନ କରାଯାଇଥିଲା। ରେଟିଂ ବୃଦ୍ଧି ପାଇଁ ଲାଞ୍ଚ କାରବାର ଚାଲିଥିବା ଖବର ପାଇ ସିବିଆଇ ଟିମ୍‌ ସେଠାରେ ପହଞ୍ଚି ୧୦ଜଣଙ୍କୁ ଗିରଫ କରିଥିଲା । ଏଥିରେ ପ୍ରଫେସର ବୁଲୁ ମହାରଣା ମଧ୍ୟ ଥିଲେ । ତାଙ୍କୁ ଗିରଫ କରିବା ପରେ ସିବିଆଇ ଅଧିକାରୀମାନେ ଗତ ୧ ଫେବ୍ରୁଆରୀରେ ସମ୍ବଲପୁର ବୁର୍ଲା ଜ୍ୟୋତିବିହାରସ୍ଥିତ ତାଙ୍କ ସରକାରୀ ବାସଭବନ (କ୍ୱାର୍ଟର୍ସ ନଂ.୫) ସମ୍ମୁଖରେ ନୋଟିସ୍‌ ଲଗାଇ ସିଲ୍‌ କରିଥିଲେ।

Comments are closed.