Latest Odisha News

ସୂର୍ଯ୍ୟକୁମାର ଯାଦବ ମିଲରଙ୍କ କ୍ୟାଚ ଧରିନଥିଲେ ବରଂ ଭାରତୀୟଙ୍କୁ ବଡ଼ ଆଶ୍ୱସନା ଦେଇଥିଲେ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ବିଶ୍ୱକପ୍ ଫାଇନାଲରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂରେ ଫ୍ଲପ୍ ହୋଇଛନ୍ତି। କିନ୍ତୁ ତାଙ୍କ ଫିଲ୍ଡିଂ ଦକ୍ଷତା ଭାରତୀୟ ପ୍ରଶଂସକଙ୍କ ହୃଦୟରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛି।

ଶନିବାର କେନସିଂଟନ ଓଭାଲରେ ଖେଳାଯାଇଥିବା ଏକ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନର ସାମାନ୍ୟ ବ୍ୟବଧାନରେ ପରାସ୍ତ କରି ଟି-୨୦ ବିଶ୍ୱକପ୍ ଫାଇନାଲରେ ବିଜୟୀ ହୋଇଛି।

ମିଲର ୧୬ ରନର ଟାର୍ଗେଟକୁ ପୂରଣ କରିବା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ବଲକୁ ଛକା ମାରିଛନ୍ତି । କିନ୍ତୁ ବାଉଣ୍ଡ୍ରି ଦଉଡ଼ି ନିକଟରେ ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର କ୍ୟାଚ୍ ବଳରେ ଭାରତ ସପକ୍ଷରେ ନିର୍ଣ୍ଣାୟକ ମୋଡ଼ ନେଇଥିଲା।

ଜଣେ ଦକ୍ଷ କ୍ରିକେଟର ଭାବେ ସୂର୍ଯ୍ୟକୁମାର ବଲକୁ ବାଉଣ୍ଡ୍ରି ଅତିକ୍ରମ କରିବାକୁ ଯାଉଥିବା ପରି ମନେ ହେଉଥିବା ବେଳେ ଏହାକୁ ଅଟକାଇବାକୁ ଡେଇଁ ପଡ଼ିଥିଲେ। ଅଦ୍ଭୁତ ମାନସିକ ଉପସ୍ଥିତିରେ ସେ ଦଉଡ଼ି ଅତିକ୍ରମ କରିବା ପୂର୍ବରୁ ବଲକୁ ଫିଙ୍ଗି ଦେଇଥିଲେ। ତା’ପରେ ସନ୍ତୁଳନ ଫେରି ସେ ପୁଣି ଥରେ ଖେଳ ପଡ଼ିଆକୁ ପ୍ରବେଶ କରି କ୍ୟାଚ ଧରିଥିଲେ ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏହି କ୍ୟାଚ କେବଳ ସାଧାରଣ କ୍ୟାଚ ନଥିଲା ବରଂ ମ୍ୟାଚ ବିଜୟ ପାଉଁ ଭାରତକୁ ସହଜ କରିଦେଇଥିଲା।

ଏହି ମ୍ୟାଚରେ ବିରାଟ କୋହଲିଙ୍କ ୭୬ ରନ ବଳରେ ଭାରତ ୭ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା। କିନ୍ତୁ ହେନରିଚ୍ କ୍ଲାସେନ୍ ୨୭ ବଲରୁ ଚମତ୍କାର ୫୨ ରନ୍ କରିବା ପରେ ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲିଂକୁ ସାମ୍ନା ନକରିପାରି ପରାଜୟ ହାସଲ କରିଛି। ଆଉ ବିଶ୍ୱକପ ଜିତିବାର ସ୍ୱପ୍ନ ଏହି ଦଳ ପାଇଁ ପୁଣି ସ୍ୱପ୍ନ ପାଲଟିଛି।

Leave A Reply

Your email address will not be published.