Latest Odisha News

BREAKING NEWS

ସିଲେକ୍ଟର ଯେଉଁଠି ବସିଛନ୍ତି, ସେଇଠି ମାରିବାକୁ ହେବ: ସୂର‌୍ୟ୍ୟକୁମାର

ମୁମ୍ବାଇ:ଭାରତୀୟ ଟି-୨୦ ଦଳରୁ ବାହାରିବା ପରେ ବିସ୍ଫୋରକ ବ୍ୟାଟର ସୂର‌୍ୟ୍ୟକୁମାର ଯାଦବ ଘରୋଇ କ୍ରିକେଟରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ବ୍ୟାକ୍-ଟୁ-ବ୍ୟାକ୍ ଅର୍ଦ୍ଧଶତକ ହାସଲ କରି ସେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଜୋରଦାର ଦାବି ଜାହିର କରିଛନ୍ତି । ଏହି ସମୟରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକ୍ ଫିଲ୍ମ ଏମ୍.ଏସ୍. ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’ର ପ୍ରସିଦ୍ଧ ଡାଏଲଗ୍ ମନକୁ ପକାଇ ନିଜର ଆକ୍ରମଣାତ୍ମକ ମାନସିକତା ପ୍ରକାଶ କରିଛନ୍ତି । ସୂର‌୍ୟ୍ୟକୁମାର ଯାଦବ ନିଜର ବ୍ୟାଟିଂ ଅପ୍ରୋଚ୍ ବିଷୟରେ କହିବାକୁ ଯାଇ ଫିଲ୍ମର ସେହି ପ୍ରସିଦ୍ଧ ଡାଏଲଗ୍‌କୁ ମନେ ପକାଇଛନ୍ତି— ସିଲେକ୍ଟର ଯେଉଁଠି ବସିଛନ୍ତି, ସେଇଠି ମାରିବାକୁ ହେବ।” ଏହାର ଅର୍ଥ ହେଲା ପଡିଆରେ  ଏଭଳି ପ୍ରଦର୍ଶନ କରନ୍ତୁ ଯେପରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ ପାଇଁ କାହାରି ସୁପାରିଶ ନୁହେଁ, ବରଂ ଆପଣଙ୍କ ବ୍ୟାଟ୍ ଗର୍ଜନ କରୁ ।

ଭାରତୀୟ ଟି-୨୦ ଏବଂ ଦିନିକିଆ ରୁ ବାହାରେ ଥିବା ସୂର‌୍ୟ୍ୟକୁମାର ଘରୋଇ କ୍ରିକେଟରେ ରନ୍ ବର୍ଷା କରୁଛନ୍ତି । ଲଗାତାର ଦୁଇଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରି ସେ ପ୍ରମାଣ କରିଛନ୍ତି ଯେ ତାଙ୍କର କ୍ଲାସ୍ ଏବଂ ଆକ୍ରମଣାତ୍ମକ ଢଙ୍ଗ ଏବେ ବି ଅକ୍ଷୁର୍ଣ୍ଣ ଅଛି । ଚୟନକର୍ତ୍ତା ଏବଂ ଟିମ୍ ମ୍ୟାନେଜମେଣ୍ଟର ନଜର ନିଜଆଡକୁ ଟାଣିବା ପାଇଁ ସୂର‌୍ୟ୍ୟଙ୍କର ଏହି ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ଆଗାମୀ ଦିନରେ ଟି-୨୦ ଫର୍ମାଟକୁ ତାଙ୍କର ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.