ମୁମ୍ବାଇ: ଅଧିନାୟକ ଭାବେ ଚମତ୍କାର ପ୍ରଦର୍ଶନ କରିବା ସତ୍ୱେ ଖରାପ ବ୍ୟାଟିଂ ଫର୍ମ ସୂର୍ଯ୍ୟକୁମାର ଯାଦବଙ୍କ କ୍ରିକେଟ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେ ଭାରତୀୟ ଟିମରୁ ବାଦ ପଡିଛନ୍ତି । ଏହା ପରେ କିନ୍ତୁ ତାଙ୍କ ବ୍ୟାଟ ଗର୍ଜିବା ଆରମ୍ଭ କରିଛି । ମୁମ୍ବାଇ ଟି୨୦ ଲିଗରେ ସୂର୍ଯ୍ୟକୁମାର ମାତ୍ର ୩୨ ବଲରେ ୭୨ ରନ ସଂଗ୍ରହ କରିଛନ୍ତି । ସେ ୧୩ ଚୌକା ଓ ଗୋଟିଏ ଛକା ମାରିଥିଲେ । ଏମଏସସି ମରାଠା ରୟାଲ୍ସ ଓ ଟ୍ରାମ୍ପ ନାଇଟ୍ସ ଏମଏନଇ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।
ମରାଠା ଟିମ ୧୯.୫ ଓଭରରେ ୧୫୨ ରନ କରି ଅଲଆଉଟ ହୋଇ ଯାଇଥିଲେ । ଜବାବରେ ଏମଏନଇ ୧୬ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଟି୨୦ ବିଶ୍ୱକପ ଏବଂ ପରେ ଆଇପିଏଲରେ ସୂର୍ଯ୍ୟକୁମାର ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଏବେ ତାଙ୍କ ସ୍ଥାନରେ ଶ୍ରେୟାଶ ଆୟାରଙ୍କୁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି ।