Latest Odisha News

BREAKING NEWS

ଶିମିଳିପାଳରେ ମଣିଷ ମାରି ଖାଇଥିଲା କଲରାପତରିଆ: ଆରସିସିଏଫ୍

ମୟୂରଭଞ୍ଜ: ଶିମିଳିପାଳରେ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣା । ଲ୍ୟାବ୍ ରିପୋର୍ଟରୁ କଲରାପତରିଆ ମାରି ଖାଇଥିବା ହେଲା ସ୍ପଷ୍ଟ । ପ୍ରେସ୍‌ନୋଟ୍ ଜାରି କରି ସୂଚନା ଦେଲେ ଆରସିସିଏଫ୍ । ମୃତକଙ୍କ ଶରୀରରୁ ମିଳିଥିବା ଚୁଟି କଲରାପତରିଆ ଚୁଟି ସହ ମିଶୁଛି ବୋଲି ଆରସିସିଏଫ୍ କହିଛନ୍ତି ।

ପ୍ରଥମ ଥର ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ କଲରାପତରିଆ ମଣିଷକୁ ମାରିଛି । ଉଦ୍ଦେଶ୍ୟମୂଳକ ଭାବେ ନ ହୋଇ ଦୁର୍ଘଟଣାବଶତଃ ମଣିଷକୁ ମାରିଥିବା ସୂଚନା । ଭୋର୍ ସମୟରେ ଓ ସଂଧ୍ୟା ପରେ ଜଙ୍ଗଲକୁ ନ ଯିବାକୁ ଲୋକଙ୍କୁ ପରାମର୍ଶ ଦେଲେ ଆରସିସିଏଫ୍ । ବାଘ ଉପରେ ନଜର ରଖିବାକୁ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ AI କ୍ୟାମେରା ଖଞ୍ଜାଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.