ନୂଆଦିଲ୍ଲୀ: ବିସିସିଆଇ ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ ଭାରତୀୟ ଟି୨୦ ଦଳର ଘୋଷଣା କରିଛି । ଟି୨୦ ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଖରାପ ଫର୍ମ ଯୋଗୁ ଦଳରୁ ବାଦ ଦିଆଯାଇଛି । ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିଛି । ଦଳରୁ ବାଦ ପଡିବା ପରେ ସୂର୍ଯ୍ୟକୁମାରଙ୍କ ପ୍ରତିକ୍ରିୟା ସମ୍ମୁଖକୁ ଆସିଛି । ଏହା ସମ୍ପୂର୍ଣ୍ଣ ଭାବେ ଏକ ଦକ୍ଷତା ସମ୍ପନ୍ନ ଦଳ । ଆଗକୁ ଆସୁଥିବା ଚ୍ୟାଲେଞ୍ଜ ପାଇଁ ସେମାନଙ୍କୁ ଅଲ ଦି ବେଷ୍ଟ । ୧୫ ବର୍ଷୀୟ ସୂର୍ଯ୍ୟବଂଶୀଙ୍କ ଚୟନକୁ ସେ ବେଶ ପ୍ରଶଂସା କରିଛନ୍ତି । ବୈଭବ ଫଟୋ ଶେୟାର କରି ସେ ଲେଖିଛନ୍ତି ଆପଣ ଏହି ସୁଯୋଗ ନିଜ ଯୋଗ୍ୟତା ବଳରେ ହାସଲ କରିଛ । ଆପଣଙ୍କ ଏହି ନୂତନ କ୍ରିକେଟ ଯାତ୍ରା ନେଇ ବେଶ ଉତ୍ସାହିତ ଅଛି ବୋଲି ସୂର୍ଯ୍ୟକୁୂମାର କହିଛନ୍ତି ।
୩୫ ବର୍ଷୀୟ ସୂର୍ଯ୍ୟକୁମାର ଟି୨୦ ବିଶ୍ୱକପରେ ୯ ଇନିଂସରେ ୨୪୨ ରନ କରିଥିଲେ । ଏହା ପରେ ଆଇପିଏଲରେ ୧୩ ଇନିଂସରେ ସେ ୨୭୦ ରନ କରିବାକୁ ସକ୍ଷମ ହୋଇଥିଲେ । ୨୦୨୪ ଟି୨୦ ବିଶ୍ୱକପରେ ଭାରତ ଚାମ୍ପିୟନ ହେବା ପରେ ରୋହିତ ଶର୍ମା ଟି୨୦ରୁ ଅବସର ଘୋଷଣା କରିଥିଲେ । ଏହା ପରେ ସୂର୍ଯ୍ୟକୁମାର ଦଳର ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ଭାରତ ୫୨ ମ୍ୟାଚ ଖେଳି ୪୨ରେ ବିଜୟ ହାସଲ କରିଛି । ତାଙ୍କ ନେତୃତ୍ୱରେ ଭାରତ ୨୦୨୬ ଟି୨୦ ବିଶ୍ୱକପ ଜିତିଥିଲା ।