ନବରଙ୍ଗପୁର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ ଜାରି ରହିଛି । ବହୁ ମାତ୍ରାରେ ଜୁଆଡି ଗିରଫ ମଧ୍ୟ ହେଉଛନ୍ତି । ହେଲେ ଏହା ପୂର୍ବପରି ସମାନ ଭାବେ ଜାରି ରହିଛି । ଆଜି ପୁଣି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ଡଙ୍ଗରୀସାହି ଠାରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଥିଲା ।
ଜିଲ୍ଲା ଏସପିଙ୍କ ନିର୍ଦେଶ କ୍ରମେ ଗୁପ୍ତ ସୂଚନା ଆଧାରରେ କରାଯାଇଥିବା ଏହି ଚଢାଉରେ ୭ ଜଣଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରେ ଥିବା ୨ଟି ବୋଲେରୋ ଗାଡିକୁ ଜବତ କରିଛି । ଏହା ସହ ଘଟଣାସ୍ଥଳରୁ ନଗଦ ୫୫ ହଜାର ୩୪୦ ଟଙ୍କା ସହ ଜୁଆ ଖେଳ ସାମଗ୍ରୀ ମଧ୍ୟ ଜବତ ହୋଇଛି ।
ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି । ଜିଲ୍ଲାରେ ବେଆଇନ ଜୁଆ କାରବାର ବିରୋଧରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ସ୍ୱାଗତ କରାଯାଇଛି ।