Latest Odisha News

ସୁଶାନ୍ତ ଦାଶ ‘କବି ରାଜେନ୍ଦ୍ର କିଶୋର ପଣ୍ଡା କବିତା ସମ୍ମାନ’ରେ ସମ୍ମାନିତ

ବ୍ରହ୍ମପୁର : ବିଶିଷ୍ଟ କବି ସୁଶାନ୍ତ ଦାଶ ଓଡ଼ିଶା ରାଜଭାଷା ବିକାଶ ପରିଷଦ ପକ୍ଷରୁ ‘କବି ରାଜେନ୍ଦ୍ର କିଶୋର ପଣ୍ଡା କବିତା ସମ୍ମାନ’ରେ ସମ୍ମାନିତ କରାଯାଇଛି ।

କବି ଶ୍ରୀ ଦାଶ ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା । କିଛି ଅନ୍ଵେଷା, ରୋମରୁ ମୋନାଲିଆ, ପକେଟ ଖାତା, ଈଶ୍ୱରଙ୍କ କାଳୀଝିଅ, କବିତାରେ ଥିବା ଝିଅ, ତମ ପାଇଁ ଶେଷ ଗୀତ, ମହୁଲ ବଣର ଝିଅ, ପୁଅ ପାଇଁ ସବୁ ଗୀତ ଇତ୍ୟାଦି କବିତା ସଙ୍କଳନର ସେ ଜଣେ ସଫଳ ସ୍ରଷ୍ଟା । ପୂର୍ବରୁ ଶ୍ରୀ ଦାଶ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଥିଲେ ।

Comments are closed.