Latest Odisha News

BREAKING NEWS

ଓଡ଼ିଶାରୁ ଓମିକ୍ରନ୍ ଚିହ୍ନଟ ପରେ ତତ୍ପରତା, ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡିଶାରୁ ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ପରେ ତତ୍ପରତା । ଜଣଙ୍କର ଘର ଜଗତସିଂହପୁର ହୋଇଥିବା ବେଳେ ସେ କଟକରେ ଟ୍ରିଟମେଣ୍ଟ ହେଉଛନ୍ତି । ଅନ୍ୟ ଜଣଙ୍କ ଘର ଖୋର୍ଦ୍ଧାରେ ବୋଲି ଜଣାପଡିଛି । ଦୁଇ ଜଣ ଯାକ ପୁରୁଷ । ଜଣଙ୍କର ବୟସ ୪୧ ଓ ଆଉ ଜଣଙ୍କର ବୟସ ୪୩ ବର୍ଷ । ଜଣେ ନାଇଜେରିଆ ଓ ଅନ୍ୟ ଆକ୍ରାନ୍ତ କାତାରରୁ ଫେରିଥିଲେ ।

ରାଜ୍ୟରୁ ଦୁଇ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ପରେ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି, ଉଭୟ ଭଲ ଅଛନ୍ତି । ଆଇସୋଲେଟ୍ ହୋଇ ଅଛନ୍ତି । ସେମାନଙ୍କ ପାଖରେ ସ୍ୱଳ୍ପ ଲକ୍ଷଣ ଅଛି । ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇଛି । ଜଣେ ଆକ୍ରାନ୍ତଙ୍କର ୧୦ ଜଣ ଓ ଦ୍ଵିତୀୟ ବ୍ୟକ୍ତିଙ୍କର ୧୧ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିବ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି ।

ଓଡିଶାରୁ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁକାବିଲା ନେଇ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଚାରବିମର୍ଶ ଚାଲିଛି ।

Leave A Reply

Your email address will not be published.