Latest Odisha News

BREAKING NEWS

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ପତ୍ତା ପାଉନି ବିହାର ପୋଲିସ

ପାଟଣା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ପୋଲିସ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିବା ଲାଗ ଚାହୁଁଥିବା ବେଳେ ତାଙ୍କୁ ଖୋଜି ପାଉନି ।

ଏସମ୍ପର୍କରେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି ଯେ ବିହାର ପୋଲିସ ତଥ୍ୟକୁ ଭିତ୍ତି କରି ତଦନ୍ତ ଚଳାଇଛି । ଯଦି ଆବଶ୍ୟକ ହୁଏ ତାହେଲେ ବରିଷ୍ଠ ଅଧିକାରୀ ମାନେ ମୁମ୍ବାଇ ଯାଇପାରନ୍ତି।

ନିକଟ ଅତୀତରେ ସୁଶାନ୍ତଙ୍କ ପିତା କେ କେ ସିଂହ ଗାର୍ଲଫ୍ରେଣ୍ଡ ରିୟା ବିରୋଧରେ ବିହାର ପୋଲିସ ପାଖରେ ଏଫଆଇଆର୍ ଦାଏର କରିଥିଲେ ।

ଏପରିକି ରିୟା ସୁଶାନ୍ତଙ୍କ ପଇସା ନେଇ ଯାଇଥିବା ଏବଂ ତାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇ ଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ କରିଥିଲେ । ସେବେଠାରୁ ବିହାର ପୋଲିସ ମୁମ୍ବାଇରେ ଡେରା ପକାଇଛି ।

ଅଧିକ ପଢନ୍ତୁ- ରିୟା ଚକ୍ରବର୍ତ୍ତୀଙ୍କୁ ସୁପାରୀ କିଲର କହିଲେ ବିହାରର ଏହି ମନ୍ତ୍ରୀ

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ।

Leave A Reply

Your email address will not be published.