Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ଆଉ ୭୫୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୫୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସୁସ୍ଥ ହୋଇଥିବା ୭୫୬ ଜଣଙ୍କ ମଧ୍ୟରୁ ୧୩୯ ଜଣ ଗଞ୍ଜାମରୁ, ୧୬୨ ଜଣ ଖୋର୍ଦ୍ଧା, ୭୮ ଜଣ କଟକ, ସୁନ୍ଦରଗଡରୁ ୫୮, ୪୯ ଜଣ ଗଜପତି, ଭଦ୍ରକରୁ ୩୩, କେନ୍ଦୁଝରରୁ ୩୧, ପୁରୀରୁ ୨୮, ନୟାଗଡରୁ ୨୨, ରାୟଗଡାରୁ ୨୦, ବାଲେଶ୍ୱରରୁ ୧୯, କୋରାପୁଟରୁ ୧୮, ମାଲକାନଗିରିରୁ ୧୬, ନବରଙ୍ଗପୁରରୁ ୧୩, କନ୍ଧମାଳରୁ ୧୦, ୧୦ ଜଣ ସମ୍ବଲପୁର, ଯାଜପୁରରୁ ୯, କେନ୍ଦ୍ରାପଡାରୁ ୯, ୮ ଜଣ ଜଗତସିଂହପୁର, ବରଗଡରୁ ୭, ଢେଙ୍କାନାଳ ଓ ଝାରସୁଗୁଡାରୁ ୬ ଜଣ ଲେଖାଏଁ, ବଲାଙ୍ଗିର ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ ଏବଂ ଅନୁଗୁଳରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୩୩,୪୭୯ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୨୧,୨୭୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୧୮୭ ଜଣ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.