Latest Odisha News

ସିଲଭର ସିଟି କଟକରେ ଆଉ ୫୭ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ ଉପରମୁହାଁ ରହିଛି କରୋନା । ପ୍ରତିଦିନ ହଜାରେ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଆଜି କଟକ ମହାନଗର ନିଗମରୁ ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ ସେଂଟରରୁ ୧୧, ହୋମ୍ କ୍ୱାରେଂଟାଇନ୍‌ରୁ ୩୮, ପେଡ୍ କ୍ୱାରେଂଟାଇନ୍‌ରୁ ୨ ଓ ସ୍ଥାନୀୟ ଅଂଚଳରୁ ୮ ଜଣ ଅଛନ୍ତି । ଏନେଇ ସିଏମ୍‌ସି ଟୁଇଟ କରି ସୂଚନା ଦେଇଛି ।

ଚିହ୍ନଟ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଦରଘା ବଜାରରୁ ୩୭ ବର୍ଷୀୟ ଯୁବକ, ମାଲଗୋଦାମ ବେହେରା ସାହିରୁ ୫ ବର୍ଷୀୟ ବାଳକ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ୨୧ ବର୍ଷୀୟ ଯୁବକ, ଶଙ୍କରପୁରର ଜଣେ ୪୨ ବର୍ଷୀୟ ବ୍ୟକ୍ତି, ତୁଳସୀପୁର ୩୨ ବର୍ଷୀୟ ଯୁବକ, ଓଡ଼ିଆ ବଜାରରୁ ଜଣେ ୧୨ ବର୍ଷୀୟ ବାଳକ ଏବଂ ୮୮ ବର୍ଷୀୟ ମହିଳା ଓ ୫୦ ବର୍ଷୀୟ (ମହିଳା) ଜଣେ କୋଭିଡ ଯୋଦ୍ଧା ଅଛନ୍ତି ।

ସେହିପରି ପେଡ୍ କ୍ୱାରେଂଟାଇନ୍‌ରେ ଥିବା ଜଣେ ୨୦ ବର୍ଷୀୟ ଯୁବକ ଓ ୨୫ ବର୍ଷୀୟ ଯୁବତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୧ରେ ପହଂଚିଛି । ଏଥିରୁ ୨୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୩୬୭ଟି ଆକ୍ଟିଭ କେସ୍ ରହିଛି । ଏଯାଏଁ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.