Latest Odisha News

ସୁଶାନ୍ତଙ୍କ ଫରେନସିକ୍ ରିପୋର୍ଟ ଆସିଲା,ଶରୀରରେ ବିଷକ୍ରିୟା ନ ଥିଲା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଏବେ ନୂଆ ମୋଡ ନେଇଛି । ସୁଶାନ୍ତଙ୍କ ପ୍ରଶଂସକମାନେ ଏହାକୁ ଏକ ହତ୍ୟା କାଣ୍ଡ ବୋଲି କହୁଥିଲେ ମଧ୍ୟ ଧିରେ ଧିରେ ଏଥିରୁ ପରଦା ହଟୁଛି । ସୋମବାର ଫରେନସିକ୍ ଭିସେରା ରିପୋର୍ଟ ସାମ୍ନାକୁ ଆସିବା ପରେ ହତ୍ୟା ଆଶଙ୍କା କିଛି ମାତ୍ରାରେ ଦୂର ହୋଇଛି । ବାନ୍ଦ୍ରା ପୋଲିସକୁ ମିଳିଥିବା ରିପୋର୍ଟ ମୁତାବକ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାରର ବିଷ ନ ଥିଲା କି ସେ ନିଶା ସେବନ କରି ନ ଥିଲେ ।

ତେବେ ତାଙ୍କ ନଖର ରିପୋର୍ଟ ଆସି ନାହିଁ । ଦେଢ଼ମାସ ତଳେ ନିଜ ଆପାର୍ଟମେଂଟରେ ଆତ୍ମହତ୍ୟା କରିଥିଲେ । ଏହା ପରେ ବଲିଉଡରେ ବଂଶବାଦ ଏବଂ ପକ୍ଷପାତିତା ନେଇ ଚର୍ଚ୍ଚା ଓ ଲଢ଼େଇ ଜୋର ଧରିଛି ।

Leave A Reply

Your email address will not be published.