Latest Odisha News

BREAKING NEWS

ହସକୁରୀ ଆଲବମ୍ ନାୟିକା ଦୀପା ସାହୁଙ୍କ ହସ ଲିଭିଗଲା…

ଭୁବନେଶ୍ୱର: ଦୀପା ସାହୁ । ଏକଦା ଓଡିଆ ଆଲବମ୍ ଜଗତରେ ଆଲବମ୍ କୁଇନ ଭାବେ ବେଶ୍ ରାଜ କରୁଥିଲେ । ତାଙ୍କର ଯେଉଁ ବି ଆଲବମ୍ ରିଲିଜ ହେଉଥିଲା ତାହା ବେଶ୍ ଲୋକପ୍ରିୟ ହେଇଥିଲା । ଆଜିର ଆଗ ଧାଡିର ଅଭିନେତାଙ୍କ ସହ ସେ ବହୁ ଆଲବମରେ ଅଭିନୟ କରିଛନ୍ତି ।

ଯେତେବେଳେ ଆଲବମ୍‌ର କ୍ରେଜ ଥିଲା ସେତେବେଳେ ଦୀପା ଥିଲେ ଆଗଧାଡିର ଅଭିନେତ୍ରୀ । ଏହି ଶ୍ୟାମଳୀ ରଙ୍ଗର ଅଭିନେତ୍ରୀଙ୍କ ମନଲୋଭା ହସ ସାଙ୍ଗକୁ ଟଣା ଟଣା ଆଖି ଭିତରେ ହଜିଯାଉଥିଲେ ଦର୍ଶକ । ତାଙ୍କ ଅଭିନୀତ ଆଲବମ୍ ଭିତରେ ରହିଛି ତୋର କୃଷ୍ଣ ଚୂଡା ରଙ୍ଗର ନାଲି ଓଢଣୀ, ହାଏ ହାଏ ତୋ ମଲ୍ଲି ଫୁଲ ଗଜରା, ମସ୍ତ ମସ୍ତ ଚାଲି ତୋର ମସ୍ତ ଚେହେରା ତୋ ଟଣା ଟଣା ଆଖି, ମୁଁ ଝିଅଟେ ମେଡ୍ ଇନ୍ ଓଡିଶା, ଦେବୁ ଯଦି ଗୋରୀ ତୁ ଦିଲ ଦେଇଯା, ଓଢଣୀ ଉଡେଇ ଦେଲି ତୋ, ମୁଁ ଗୋବିନ୍ଦା ଡୁପ୍ଲିକେଟ୍ ତୋ ଦେହ ସାରା ବସିଲେଣି ପରଜାପତି ଇତ୍ୟାଦି ।

କେବଳ ଆଲବମ୍ ନୁହେଁ ଓଡିଆ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି । ଫିଲ୍ମ ନାରୀ ଆଖିରେ ନିଆଁ, ସୁନା ଚଢେଇ ମୋ ରୂପା ଚଢେଇ ଆଦିରେ ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା ।
ତେବେ ଗତ କିଛି ବର୍ଷ ହେଲା ବିଶେଷ କରି ବିବାହ ପରେ ସେ ଅଭିନୟ ଜଗତରୁ ଦୂରେଇ ଯାଇଥିଲେ । ଗତ କିଛି ମାସ ହେଲା ତାଙ୍କର କ୍ୟାନସର ଚିହ୍ନଟ ହୋଇଥିଲା । ଜୁନ ୨୦ ତାରିଖରେ ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । କିଛି ଦିନ ତଳେ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ । ତେବେ ଆଜି ସକାଳେ ପୁଣି ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.