Latest Odisha News

BREAKING NEWS

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଅର୍ଥ ହେରଫେର୍ କେସ୍ ଦାଏର କଲା ଇଡି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ ନେଉଛି । ଏହି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମନି ଲଣ୍ଡରିଂ ତଥା ଅର୍ଥ ହେରଫେର୍ ନେଇ ଏକ ମାମଲା ଦାଏର କରାଯାଇଛି।

ବିହାର ପୋଲିସ ଦ୍ୱାରା ଦାଏର ଏଫଆଇଆରକୁ ଆଧାର କରି ଇଡି ପକ୍ଷରୁ ଏଭଳି ମାମଲା ରୁଜୁ ହୋଇଛି । ଏପରିକି ଅଭିନେତାଙ୍କ ବ୍ୟାଙ୍କ ଖାତାରୁ ହୋଇଥିବା ଟ୍ରାନଞ୍ଜାକ୍ସନ ସମ୍ପର୍କରେ ମଧ୍ୟ ଛାନଭିନ୍ନ କରାଯାଉଛି।

ନିକଟ ଅତୀତରେ ସୁଶାନ୍ତଙ୍କ ପିତା କେ କେ ସିଂହ ଗାର୍ଲଫ୍ରେଣ୍ଡ ରିୟା ବିରୋଧରେ ବିହାର ପୋଲିସ ପାଖରେ ଏଫଆଇଆର୍ ଦାଏର କରିଥିଲେ । ଏପରିକି ରିୟା ସୁଶାନ୍ତଙ୍କ ପଇସା ନେଇ ଯାଇଥିବା ଏବଂ ତାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇ ଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ କରିଥିଲେ।

ସେବେଠାରୁ ଛାନଭିନ୍ନ ଲାଗି ବିହାର ପୋଲିସ ମୁମ୍ବାଇରେ ଡେରା ପକାଇଛି।

ଅଧିକ ପଢନ୍ତୁ- ରିୟା ଚକ୍ରବର୍ତ୍ତୀଙ୍କୁ ସୁପାରୀ କିଲର କହିଲେ ବିହାରର ଏହି ମନ୍ତ୍ରୀ

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ।

Leave A Reply

Your email address will not be published.