Latest Odisha News

BREAKING NEWS

କରୋନା ଆକ୍ରାନ୍ତ ମୃତ ଶିଶୁପୁତ୍ରକୁ ଧରି ହସ୍ପିଟାଲରୁ ବାପା-ମା’ ଫେରାର

କଟକ: ହସ୍ପିଟାଲରୁ କରୋନା ଆକ୍ରାନ୍ତ ମୃତ ଶିଶୁପୁତ୍ର ଧରି ବାପା-ମା’ ଚମ୍ପଟ । କଟକ ଶିଶୁ ଭବନରେ ଘଟିଛି ଏଭଳି ଘଟଣା । ହସ୍ପିଟାଲରେ କଡା ସୁରକ୍ଷା ସତ୍ତ୍ୱେ ବାପା-ମା’ ମୃତ ଶିଶୁ ଧରି ଫେରାର ହୋଇଯାଇଛନ୍ତି । ଏନେଇ ଲାଲବାଗ ଥାନାରେ ହସ୍ପିଟାଲ ପକ୍ଷରୁ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଆଜି ସକାଳେ ଧଉଳି ଅଂଚଳରୁ ୬ ବର୍ଷର ଶିଶୁକୁ ଧରି ବାପା-ମା’ ମେଡିକାଲ ଆସିଥିଲେ । ତେବେ ଆଡମିଶନ ପୂର୍ବରୁ ସମସ୍ତଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା । ଆଂଟିଜେନ୍ ଟେଷ୍ଟରେ ମା’ ଓ ଛୁଆଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ଏହା ପୂର୍ବରୁ ହିଁ ଆଇସୋଲେସନ୍‌ରେ ଥିବା ଶିଶୁଟିର ମୃତ୍ୟୁ ହୋଇଯାଇଥିଲା ।

ସେପଟେ ରିପୋର୍ଟ ପଜିଟିଭ ଆସିବାରୁ ନିୟମ ଅନୁସାରେ ଶିଶୁ ଭବନ ପକ୍ଷରୁ କଟକ ମହାନଗର ନିଗମକୁ ଅବଗତ କରାଯାଇଥିଲା । ତେବେ ସିଏମ୍‌ସି ଷ୍ଟାଫ ଆସିବା ପୂର୍ବରୁ ମୃତ ଶିଶୁକୁ ଧରି ବାପା-ମା’ ହସ୍ପିଟାଲରୁ ଚମ୍ପଟ ମାରିଥିଲେ । ଏହି ଘଟଣାକୁ ନେଇ ଟ୍ୱିନ ସିଟିରେ ଆତଙ୍କ ଖେଳିଯାଇଛି ।

Leave A Reply

Your email address will not be published.