Latest Odisha News

BREAKING NEWS

ସୁଶାନ୍ତ ସିଂ କେସ୍ : ଓକିଲ ସୀମା ସମୃଦ୍ଧି ମୁମ୍ବାଇ ପୋଲିସ ଭୂମିକା ନେଇ ସନ୍ଦେହ ବ୍ୟକ୍ତ କଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସ୍ ନେଇ ମୁମ୍ବାଇ ପୋଲିସ କାହିଁକି ସିବିଆଇ ଯାଂଚ ପାଇଁ ନ କହିବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୁମ୍ବାଇ ପୋଲିସର ଭୂମିକା ନେଇ ନିର୍ଭୟ କେସର ଓକିଲ ସୀମା କୁଶୱାହ(ସମୃଦ୍ଧି) ସନ୍ଦେହ ବ୍ୟକ୍ତ କରିଛନ୍ତି । ୧୪ ଜୁନରୁ ମୁଁ ଏହା ଏକ ଆତ୍ମହତ୍ୟା କେସ୍ ନୁହେଁ ବୋଲି ନିଶ୍ଚିତ ଥିଲି । ଏହା ଏକ ପ୍ରାୟୋଜିତ ମର୍ଡର କେସ୍ । ଗଳାର ଚିହ୍ନ, ସୁଇସାଇଡ ନୋଟ ନ ମିଳିବା ସତ୍ୱେ ସଙ୍ଗେ ସଙ୍ଗେ ପୋଲିସ ଏହାକୁ କାହିଁକି ଆତ୍ମହତ୍ୟା ଘୋଷଣା କଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୀମା ଏହି ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ମଧ୍ୟ ଲେଖିଛନ୍ତି । ଏକ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ଆଖିଦୃଶିଆ କାର୍ଯ୍ୟ କରିପାରି ନାହିଁ । ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ଆମ ସମସ୍ତ ହକ୍ ବୋଲି ସେ ପତ୍ରରେ ଲେଖିଛନ୍ତି ।

Leave A Reply

Your email address will not be published.