Latest Odisha News

BREAKING NEWS

ଚଳଚଂଚଳ ବଲିଉଡ; ଆଗକୁ ଆସୁଛି କ୍ୟାଟ୍ରିନା କୈଫ୍‌ଙ୍କ ଫୋନ୍ ଭୂତ୍ !

ମୁମ୍ବାଇ: ପୁଣି ଚଳଚଂଚଳ ଟିନ୍‌ସେଲ୍ ଟାଉନ୍ । ଆରମ୍ଭ ହେଲାଣି ବଡ ପରଦାର ସୁହାନା ସଫର । ଖୁବ ଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ କ୍ୟାଟ୍ରିନା କୈଫ୍‌ଙ୍କ ସୁପର୍ ନାଚୁରାଲ୍ ହରର୍ କମେଡି ଫିଲ୍ମ “ଫୋନ୍ ଭୂତ” ।

୨୦୨୧ରେ ଫିଲ୍ମଟି ଅନ୍‌ଲାଇନ୍ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବ । ଏଥିରେ ପ୍ରଥମ ଥର ପାଇଁ କ୍ୟାଟ୍ରିନାଙ୍କ ସମେତ ଗଲ୍ଲି ବୟ ଫେମ୍ ଆକ୍ଟର ସିଦ୍ଧାନ୍ତ ଚତୁର୍ବେଦୀ ଓ ଇଶାନ୍ ଖଟ୍ଟରଙ୍କୁ ଦେଖିବାକୁ ମିଳିବ । ଏକ୍ସେଲ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ରିତେଶ ସିଧୱାନୀ ଓ ଫରହାନ୍ ଅଖତର । ଖୁବଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଥିବାବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଗୁରମିତ୍ ସିଂ ।

Leave A Reply

Your email address will not be published.