Latest Odisha News

BREAKING NEWS

ସୁଶାନ୍ତଙ୍କ ଫ୍ୟାନ୍ କଲେ ଆତ୍ମହତ୍ୟା; ଜାଣନ୍ତୁ, ସୁଇସାଇଡ୍ ନୋଟ୍‌ରେ କ’ଣ ଲେଖିଲେ !

ନୂଆଦିଲ୍ଲୀ: ନିଜର ପ୍ରିୟ ଷ୍ଟାର ସୁଶାନ୍ତ ରାଜପୁତଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ତାଙ୍କ ଭଳି ଉତ୍ତର ପ୍ରଦେଶରେ ଆତ୍ମହତ୍ୟା କରିଛନ୍ତି ଜଣେ କିଶୋର ।

ମିଳିଥିବା ସୂଚନାନୁଯାୟୀ, ଦଶମ ଶ୍ରେଣୀର ଜଣେ ଛାତ୍ର ଯିଏକି ସୁଶାନ୍ତଙ୍କ ବହୁତ ବଡ଼ ଫ୍ୟାନ ଥିଲେ ସେ ସୁଶାନ୍ତଙ୍କ ବିୟୋଗ ଖବର ଶୁଣି ଅତି ମାତ୍ରାରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଏପରିକି ସେ ତାଙ୍କ ପିତାମାତାଙ୍କୁ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ପରେ ପଚାରିଥିଲେ ଏମିତି କ’ଣ କେହି ଫାଶିଦେଇ ମରିପାରେ?

ନିଜ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିବା ପୂର୍ବରୁ ଏହି ଫ୍ୟାନ ଜଣକ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଛାଡ଼ି ଯାଇଛନ୍ତି । ସେଥିରେ ସେ ଲେଖିଛନ୍ତି, “ସେ ଯଦି ଏପରି କରିପାରିଲେ, ତେବେ ମୁଁ କାହିଁକି କରିପାରିବିନି !”

ମୃତକ ଜଣକ ଉତ୍ତର ପ୍ରଦେଶ ଦିଲ୍ଲୀର ବୋଲି ଜଣାପଡ଼ିଛି ।

ସୁଶାନ୍ତଙ୍କ ମୃତ୍ୟୁ ହେବାର ଦିନକ ପରେ ତାଙ୍କ ଭାଉଜ ଅତିଶୟ ଦୁଃଖରେ ମ୍ରିୟମାଣ ହୋଇ ପ୍ରାଣତ୍ୟାଗ କରିଛନ୍ତି ।

ବଲିଉଡ଼ର ସଫଳ ଅଭିନେତା ସୁଶାନ୍ତଙ୍କ ଅକାଳ ବିୟୋଗ ପ୍ରକୃତରେ ଅନେକଙ୍କୁ ଦୁଃଖ ଦେବା ସହିତ ବ୍ୟଥିତ କରିଦେଇଛି ।

Leave A Reply

Your email address will not be published.