Latest Odisha News

BREAKING NEWS

ଆଜି ବି ମନେ ପଡନ୍ତି ସୁଶାନ୍ତ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଗତ ବର୍ଷ ଠିକ୍ଆଜିର ଦିନରେ ଘଟିଥିଲା ଏହି ଦୁଃଖଦ ଘଟଣା ଯାହା ଆଜି ବି ଲୋକଙ୍କ ମନରୁ ଲିଭିପାରିନି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗରେ ପ୍ରଶଂସକମାନେ ଅତ୍ୟନ୍ତ ଚକିତ ହୋଇଯାଇଥିଲେ ଦୀର୍ଘ ଦିନ ସମ୍ପର୍କ ହେଲେ ବି ଖୁବ୍କମ୍ଦିନ ଭିତରେ ସେ ଦର୍ଶକଙ୍କ ଅତି ପ୍ରିୟ କଳାକାର ହୋଇପାରିଥିଲେ ସୁଶାନ୍ତଙ୍କ ଅଭିନୀତ କେତୋଟି ଲୋକପ୍ରିୟ ଚଳଚ୍ଚିତ୍ର ଆଜି ବି ଦର୍ଶକଙ୍କ ମନରେ ତାଙ୍କ ଅଭିନୟର ଛାପ ଛାଡିଯାଇଛି

ଏମ୍‌.ଏସ୍ଧୋନି ଅନ୍ଟୋଲ୍ଡ ଷ୍ଟୋରିଏହି ଚଳଚ୍ଚିତ୍ର ୨୦୧୬ରେ ମୁକ୍ତିଲାଭ କରିଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଶାନ୍ତ। ତାଙ୍କ ବିପକ୍ଷର ନାୟିକା ସାଜିଥିଲେ ଅଭିନେତ୍ରୀ କିଆରା ଆଡଭାନି ଏବଂ ଦିଶା ପଠାନି। ଲୋକପ୍ରିୟ କ୍ରିକେଟର ଏମ୍ଧୋନିଙ୍କ ବାୟୋପିକ୍ ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା।ନୀରଜ ପାଣ୍ଡେ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ୧୧୯ କୋଟି ଟଙ୍କା ଆୟ କରିଥିଲା

କାଇ ପୋ ଚେ! – କାଇ ପୋ ଚେ ଚଳଚ୍ଚିତ୍ର ମାଧ୍ୟମରେ ସୁଶାନ୍ତ ବଲିଉଡ୍ରେ ଜଗତରେ ପ୍ରଥମ କରି ପାଦ ଥାପିଥିଲେ। ଏହି ଚଳଚ୍ଚିତ୍ର ୨୦୧୩ରେ ରିଲିଜ ହୋଇଥିଲା। ଏଥିରେ ସୁଶାନ୍ତଙ୍କ ସହିତ ରାଜକୁମାର ରାଓ ଏବଂ ଅମିତ ସାଧୁ ମଧ୍ୟ ଅଭିନୟ କରିଥିଲେ। ଏହି ସିନେମାଟି ବକ୍ସ ଅଫିସରେ ୪୩ କୋଟି ଟଙ୍କା ରୋଜଗାର କରିଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲା ଅଭିଷେକ କପୁର

ଡିକ୍ଟେଟିଭ୍ବ୍ୟୋମକେଶ ବକ୍ସି୨୦୧୫ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ  ଦିବ୍ୟାକର ବାନାର୍ଜୀ। ୟଶ ରାଜ ଫିଲ୍ମସ୍ ଦ୍ୱାରା ଏହା ନିର୍ମିତ ହୋଇଥିଲା। ଏହା ଏକ ରହସ୍ୟମୟ ଆକ୍ସନ୍ ଫିଲ୍ମ ଥିଲା। ଏଥିରେ ସୁଶାନ୍ତଙ୍କୁ ମିଳିଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା। ବକ୍ସ ଅଫିସରେ ଏହି ଚଳଚ୍ଚିତ୍ରଟି ୨୬ କୋଟି ଟଙ୍କା ଆୟ କରିଥିଲା

ଛିଛୋରେସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ରିଲିଜ ହୋଇଥିବା ଶେଷ ଫିଲ୍ମ ଥିଲା ଛିଛୋରେ। ଫିଲ୍ମଟି ବକ୍ସ ଅଫିସ୍ରେ ହିଟ୍ମଧ୍ୟ ହୋଇଥିଲା। ସୁଶାନ୍ତ ଏବଂ ଶ୍ରଦ୍ଧାଙ୍କ ଯୋଡିକୁ ଦର୍ଶକ ବେଶ୍ପସନ୍ଦ ମଧ୍ୟ କରିଥିଲେ। ନୀତୀଶ ତିୱାରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୧୪୭ କୋଟି ଆୟ କରିଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ ରିଲିଜ ହୋଇଥିବା ଶେଷ ଫିଲ୍ମ ଥିଲାଦିଲ୍ତୋ ବଚ୍ଚା ହେ ଜୀ

Comments are closed.