Latest Odisha News

BREAKING NEWS

ପୂର୍ବତନ ର’ ଅଧିକାରୀଙ୍କ ଚାଂଚଲ୍ୟକର ବୟାନ, ସୁଶାନ୍ତଙ୍କ ମୃତ୍ୟୁ ପଛରେ ଦାଉଦ ଗ୍ୟାଙ୍ଗର ହାତ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ନେଇ ଶୁକ୍ରବାର ପୂର୍ବତନ ର’ ଅଧିକାରୀ ଏନକେ ସୁଦ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ତାଙ୍କୁ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ସୁଚିନ୍ତିତ ଯୋଜନା ଅନୁସାରେ ହତ୍ୟା କରିଛନ୍ତି ।  ‘ର’ ଅଧିକାରୀଙ୍କ ଏହି ମନ୍ତବ୍ୟ ୟୁଟ୍ୟୁବରେ ଅପଲୋଡ ହୋଇଛି । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ରେ ତାଙ୍କ ମୁମ୍ୱାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ । ନେପୋଟିଜିମର ଶିକାର ହୋଇ ଅବସାଦ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଚର୍ଚ୍ଚା ହେଉଛି । ସୁଦ କହିଛନ୍ତି, ଯଦିଓ ଦାଉଦ ମୁମ୍ୱାଇରେ ରହୁ ନାହିଁ ତଥାପି ବଲିଉଡ ଏବଂ ଦାଉଜର ସମ୍ପର୍କ ପୁରୁଣା ବୋଲି ସେ କହିଛନ୍ତି ।  ସୁଶାନ୍ତ ମୃତ୍ୟୁ ପୂର୍ବରୁ ୫୦ଟି ସିମ୍ କାର୍ଡ ବଦଳ କରିଥିଲେ । ଏହି ହତ୍ୟା ଜଣେ ପେଶାଦାର ହତ୍ୟାକାରୀଙ୍କ ଦ୍ୱାରା ହୋଇଛି ।

ମୁମ୍ୱାଇ ପୁଲିସ ଯଦିଓ ଏହି ମାମଲାର ତଦନ୍ତ କରୁଛି । ହେଲେ ମୁଖ୍ୟ ଅଭିଯୁକ୍ତ କେବେ ଧରାପଡ଼ିବ ନାହିଁ ସେ କହିଛନ୍ତି । ଏହି ପୂର୍ବତନ ‘ର’ ଅଧିକାରୀ ସୁଶାନ୍ତଙ୍କ ହତ୍ୟା ବାବଦରେ କହିବା ବେଳେ କରଣ ଜୋହର ଏବଂ ସଲମାନ ଖାନଙ୍କ ନାମ ନେଇଛନ୍ତି । ତେବେ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ମୃତ୍ୟୁ ମାମଲାରେ ସିଧାସଳଖ ସଂପୃକ୍ତି ନାହିଁ । ସେଥିପାଇଁ ସୁଶାନ୍ତ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ସେ ତାଙ୍କୁ ଏକୁଟିଆ ଛାଡ଼ି ମହେଶ ଭଟ୍ଟଙ୍କ ପାଖକୁ ଯାଇଥିଲେ ବୋଲି ପୂର୍ବତନ ‘ର’ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.