Latest Odisha News

BREAKING NEWS

ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ବ୍ରିଟେନ୍‌ ପ୍ରଶଂସକଙ୍କ କାର୍‌ ରାଲି

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ମୃତ୍ୟୁ ମାମଲା କେବଳ ଯେ ଦେଶ‌ର‌େ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ବିଚଳିତ କରିଛି ତା ନୁହେଁ ବରଂ ଏହାର ନାରା ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ସୁଶାନ୍ତ ସିଂ ରାଜପୁତଙ୍କୁ  ନ୍ୟାୟ ଦେବା ପାଇଁ ବ୍ରିଟେନ୍‌ରେ ଏକ କାର୍‌ ରାଲିର ଆୟୋଜନ କରାଯାଇଥିଲା।

ବ୍ରିଟେନ୍‌ରେ ଥିବା ସୁଶାନ୍ତଙ୍କ ପ୍ରଶଂସକମାନେ ଏକତ୍ରିତ ହୋଇ ଏହି ରାଲିର ଆୟୋଜନ କରିଥିଲେ। ଏହାର ମୂଳ ଉଦ୍ଦେଶ୍ୟ ଥିଲା ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ ଦୋଷୀକୁ ଖୋଜି ବାହାର କରିବା।

ତେବେ ଏ ନେଇ ସୁଶାନ୍ତଙ୍କ ଭଉଣୀ  ‌ଶ୍ୱ‌େତା ସିଂହ କିର୍ତ୍ତୀ ଟୁଇଟର୍‌ରେ ଏକ ଭିଡିଓ ସେୟାର୍‌ କରିଛନ୍ତି। ଏହାର ଶୀର୍ଷକ ଦେଇଥିଲେ ବ୍ରିଟେନ୍‌ କାର୍‌ ରାଲି ସୁଶାନ୍ତଙ୍କ ଏକତାର ସାକ୍ଷୀ। ଏହାସହିତ ସେ ଲେଖିଛନ୍ତି ଆମର ସିବିଆଇ ଉପରେ ଭରସା ଅଛି। ସେମାନେ ଦୋଷୀକୁ ଖୋଜି ବାହାର କରିବାରେ ସଫଳ ହେବେ।

Comments are closed.