Latest Odisha News

BREAKING NEWS

କାର୍ ଜାଳିଦେଲେ କୋଇଲା ମାଫିଆ

ଭଦ୍ରକ: ପୋଲିସକୁ ଖବର ଦେବାରୁ କାର୍ ଜାଳିଦେଳେ କୋଇଲା ମାଫିଆ । ଘର ନିକଟରେ ଥିବା ହୁଣ୍ଡାଇ କାର୍‌ରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଂଚଳ ଥାନା ଇଚ୍ଛାପୁର ମାରପୁର ଗାଁରେ ।

ଭଦ୍ରକର ଧାମରା ରେଳପଥରେ କୋଇଲା ଟ୍ରେନ ଯାଉଥିବା ବେଳେ, ଚଳନ୍ତା ଟ୍ରେନରୁ କୋଇଲା ଚୋରି କରି ମାଫିଆମାନେ ରାତାରାତି ମାଲାମାଲ ହେଉଛନ୍ତି।  ଏହି ଘଟଣା ବାରମ୍ଵାର ଘଟୁଥିବାର ଖବର ପାଇ ଗତକାଲି ଆରପିଏଫ୍ ପୁଲିସ ଇଚ୍ଛାପୁର ନିକଟରେ ରେଡ୍ କରିଥିଲା।

ଏପରିକି କେଉଁଠି କୋଇଲା ଚୋରି ହେଉଛି, ସେ ନେଇ ଉକ୍ତ ଗ୍ରାମର ପ୍ରତାପ ବେହେରାଙ୍କୁ ପଚାରିଥିଲେ। ସେ କୋଇଲା ଚୋରି ହେଉଥିବାର ଠିକଣା ପୁଲିସକୁ ଜଣାଇଥିଲେ। ଫଳରେ ଏହି ରାଗ ରଖି କୋଇଲା ମାଫିଆମାନେ ଗତକାଲି ବିଳମ୍ବିତ ରାତିରେ ପ୍ରତାପ ବେହେରାଙ୍କ ହୁଣ୍ଡାଇ କାରଟିକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ପ୍ରତାପ ଓ ତାଙ୍କ ପରିବାର ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.