Latest Odisha News

BREAKING NEWS

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସୋସିଆଲ୍‌ ମିଡିଆକୁ ଫେରିଲେ ଅଙ୍କିତା

ମୁମ୍ବାଇ: ଆଜି ବଲିଉଡ୍‌ର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ପୂରିଲା। ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। କିଛିଦିନ ତଳେ ସୋସିଆଲ୍‌ ମିଡିଆରୁ ସ୍ବଳ୍ପ ସମୟ ପାଇଁ ବିରତୀ ନେଇଥିଲେ ଅଭିନେତ୍ରୀ ଅଙ୍କିତା ଲେଖଣ୍ଡେ। ଗୁଜବ ଉଠିଥିଲା ଯେ ସୁଶାନ୍ତ ସିଂ ରାଜପୁତଙ୍କ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ସୋସିଆଲ୍‌ ମିଡିଆରୁ ବିଦାୟ ନେଇଛନ୍ତି ଅଙ୍କିତା।

ତେବେ ସୁଶାନ୍ତଙ୍କ ପୂଣ୍ୟତିଥିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୧୩ରେ ପୁଣି ସୋସିଆଲ୍‌ ମିଡିଆକୁ କମ୍‌ ବ୍ୟାକ୍‌ କରିଛନ୍ତି ଅଙ୍କିତା। ସେ ସୋସିଆଲ୍‌ ମିଡିଆରେ ଏକ ଫଟୋ ମଧ୍ୟ ସେୟାର୍‌ କରିଛନ୍ତି। ଏଥିରେ ଅଭିନେତ୍ରୀଙ୍କୁ ତାଙ୍କ ବଏ୍‌ଫ୍ରେଣ୍ଡ୍‌ ବିକି ଜୈନଙ୍କ ସହ ଦେଖିବାକୁ ମିଳିଛି।

ତେବେ ପ୍ରଥମ ମୃତ୍ୟୁ ବାର୍ଷିକୀ ଅବସରରେ ଅଙ୍କିତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଏକ ସ୍ୱତନ୍ତ୍ର ପୂଜାର ଆୟୋଜନ କରିଥିଲେ। ସେ ନିଜ ଇନଷ୍ଟାଗ୍ରାମରେ ଏକ ପ୍ରେୟାର୍‌ର ଝଲକ ସେୟାର୍‌ କରିଥିଲେ।

Comments are closed.