Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ କେସ୍‌: ସିବିଆଇ ତଦନ୍ତ ପାଇଁ ଚିଠି ପଠାଇଲେ ଅମିତ ଶାହା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ଏକ ମାସ ବିତିଛି । ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା ପଛରେ କେଉଁ ମାନେ ରହିଛନ୍ତି ସେଥିନେଇ ସାରା ଦେଶରେ ଆଲୋଚନା ଜୋର ଧରିଛି । ପୂର୍ବତନ ଏମିପି ପପୁ ଯାଦବ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିବା ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟୁଇଟ କରିଥିଲେ ।

ଶାହା ବର୍ତମାନ ଉକ୍ତ ଚିଠିକୁ ସମ୍ପୃକ୍ତ ମନ୍ତ୍ରଣାଳୟକୁ ପଠାଇ ଦେଇଛନ୍ତି । ପପୁ ଯାଦବ ବୁଧବାର ଟୁଇଟ କରି ସୂଚନା ଦେଇଛନ୍ତି । ସୁଶାନ୍ତଙ୍କ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଥିବାରୁ ସେ ଚାପଗ୍ରସ୍ତ ହୋଇ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଅନୁମାନ କରାଯାଉଛି । ପୋଲିସ ଏ ନେଇ ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.