ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଗିରଫ କରିବାକୁ ସ୍ୱାଗତ କରିଛନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ଭଗବାନ ଆମ ସାଙ୍ଗରେ ଅଛନ୍ତି ।’ ଏଥି ସହ ସେ ଏକ ହାତ ଯୋଡି ଥିବା ଏକ ଇମୋଜି ପୋଷ୍ଟ କରିଛନ୍ତି ।
??? #GodIsWithUs
— shweta singh kirti (@shwetasinghkirt) September 8, 2020
ଜୁନ ୧୪ ତାରିଖରେ ସୁଶାନ୍ତ ନିଜ ମୁମ୍ବାଇ ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ । ଏହି ଘଟଣାର ତଦନ୍ତ ସିବିଆଇ କରୁଥିବା ବେଳେ ଗତ ତିନି ଦିନ ହେଲା ରିୟାଙ୍କୁ ଏନସିବି ପକ୍ଷରୁ ପଚରାଉଚରା ଚାଲିଥିଲା । ଆଜି ଅପରାହ୍ନରେ ତାଙ୍କୁ ଗିରଫ କରାଯାଇଛି ।
Comments are closed.