ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମହମ ପ୍ରତିମୂର୍ତ୍ତି । ତେବେ ଏହି ପ୍ରତିମୂର୍ତ୍ତିଟି ମ୍ୟାଡମ ତୁଷାଦ ମ୍ୟୁଜିଅମ ନୁହେଁ ବରଂ ପଶ୍ଚିମବଙ୍ଗର ଜଣେ ମୂର୍ତ୍ତି କଳାକାର ତିଆରି କରିଛନ୍ତି । ଏହି ପ୍ରତିମୂର୍ତ୍ତି ଦେଖିବାକୁ ପୁରାପୁରି ଅବିକଳ ସୁଶାନ୍ତଙ୍କ ଭଳି । ସୋସିଆଲ ମିଡିଆରେ ସୁଶାନ୍ତ ଏହି ମହମ ପ୍ରତିମୂର୍ତ୍ତି ଏବେ ଭାଇରାଲ ହୋଇଛି ।
ସେପଟେ ସୁଶାନ୍ତଙ୍କ ଷ୍ଟାଚ୍ୟୁକୁ ଦେଖି ଭଉଣୀ ଶ୍ୱେତ ସିଂ ଭାବୁକ ହୋଇପଡିଛନ୍ତି । ସେ ପଶ୍ଚିମବଙ୍ଗର କଳାକାରଙ୍କୁ ପ୍ରଶଂସା କରିଛନ୍ତି । ଏଥିସହ ସୁଶାନ୍ତଙ୍କ ମହମ ମୂର୍ତ୍ତି ତିଅରିର ଏକ ଭିଡିଓକୁ ମଧ୍ୟ ଶ୍ୱେତା ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏଥିସହ ସେ ଲେଖିଛନ୍ତି, ମୋ ଭାଇ ପୁଣି ଥରେ ଜୀବନ ପାଇଯାଇଛି । ସୁଶାନ୍ତ ଜୀବିତ ଥିଲା ଭଳି ଲାଗୁଛି ।
Felt as if Bhai came Alive! Thank You! ?
? #Message4SSR pic.twitter.com/ZyuZDqGyOm
— Shweta Singh Kirti (@shwetasinghkirt) September 20, 2020
ଏଥିସହ ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋରେ କିଛି ଦିବ୍ୟାଙ୍ଗ ବ୍ୟକ୍ତି ସୁଶାନ୍ତ ପେଣ୍ଟିଂ ତିଆରି କରୁଥିବା ଦେଖିବାକୁ ମିଳିଛି । ଏହା ଦେଖି ଶ୍ୱେତା ଚକିତ ହୋଇପଡିଛନ୍ତି । ଏଥିସହ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସେ ବେଶ୍ ପ୍ରଶଂସା ମଧ୍ୟ କରିଛନ୍ତି ।
ଦୀର୍ଘ ଦିନ ହେବ ସୁଶାନ୍ତ ସୁଂ ରାଜପୁତଙ୍କ ମହମ ପ୍ରତିମୂର୍ତ୍ତିକୁ ମ୍ୟାଡମ ତୁସାଦ ମ୍ୟୁଜିୟମରେ ସ୍ଥାନ ଦେବା ପାଇଁ ଦାବି ହୋଇଆସୁଛି । କେବଳ ସେତିକି ନୁହେଁ ସୁଶାନ୍ତ ଫ୍ୟାନ୍ସମାନେ ମଧ୍ୟ ସୋସିଆଲ ମିଡିଆରେ ମଧ୍ୟ ଡିମାଣ୍ଡ କରିଛନ୍ତି । ଏହି ଦାବିକୁ ବଲିଉଡ ଅଭିନେତା ଶେଖର ସୁମନ ମଧ୍ୟ ସମର୍ଥନ ଜଣାଇଛନ୍ତି ।
Comments are closed.