Latest Odisha News

BREAKING NEWS

ରାଜ୍ୟସଭା ଯିବେ ସୁଶୀଲ ମୋଦି, ମିଳିପାରେ ବଡ ଦାୟିତ୍ବ

ବିହାର: ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ ମୋଦି ଯିବେ ରାଜ୍ୟସଭା । ବିହାର ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ଲୋକ ଜନଶକ୍ତି ପାର୍ଟି ନେତା ରାମବିଲାସ ପାଶୱାନଙ୍କ ଦେହାନ୍ତ ପରେ ରାଜ୍ୟସଭା ସିଟ୍ ଖାଲି ପଡିଛି । ଏହି ସିଟ୍ ପାଇଁ ଉପନିର୍ବାଚନ ହେବାର ଅଛି । ତେଣୁ ଏହି ସିଟ ପାଇଁ ସୁଶୀଲ ମୋଦିଙ୍କୁ ପ୍ରାର୍ଥୀ କରିଛି ବିଜେପି । ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏନେଇ ସୂଚନା ଦେଇଛନ୍ତି ।

ବିଜେପି ସୁଶୀଲ ମୋଦିଙ୍କ ଦାୟିତ୍ବ ବଢାଇବାକୁ ଚାହୁଁଛି । ଏବେ ରାଜ୍ୟସଭା ଦେଇ କେନ୍ଦ୍ରକୁ ଯିବେ ସୁଶୀଲ ମୋଦି । କୁହାଯାଉଛି କି ତାଙ୍କୁ କେନ୍ଦ୍ରରେ ବଡ଼ ଦାୟିତ୍ବ ଦିଆଯାଇପାରେ । ଚଳିତ ବିଧାନସଭା ନିର୍ବାଚନ ପରେ ବିହାରରେ ଏନଡିଏ ସରକାର ଗଠନ କରିଥିଲେ ମଧ୍ୟ ସୁଶୀଲ ମୋଦିଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇନଥିଲା । ତାଙ୍କୁ କେନ୍ଦ୍ରରେ ବଡ଼ ଦାୟିତ୍ବ ମିଳିବ ବୋଲି ସେବେଠୁ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.