Latest Odisha News

ଏକୁଟିଆ ହୋଇଗଲେ ପୂର୍ବତନ ମିସ ୟୁନିଭର୍ସ

ମୁମ୍ବାଇ: ପୂର୍ବତନ ମିସ ୟୁନିଭର୍ସ ତଥା ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ପୁଣି ଏକୁଟିଆ ହୋଇ ଯାଇଛନ୍ତି । ଦୀର୍ଘ ଦିନ ଧରି ସେ ବୟଫ୍ରେଣ୍ଡ ରେହମାନ ଶଲଙ୍କ ରିଲେଶନଶିପରେ ରହୁଥିଲେ । ବିଭିନ୍ନ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉଭୟ ଏବେ ପରସ୍ପର ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଛନ୍ତି । ରେହମାନ ତାଙ୍କୁ ଛାଡି ଅନ୍ୟତ୍ର ରହୁଛନ୍ତି ।

ସୁସ୍ମିତା ଓ ରହେମାନ କୌଣସି ମନ୍ତବ୍ୟ ଦେଇ ନ ଥିବାରୁ ଏହାର ସତ୍ୟତା ନେଇ ଏବେ ପ୍ରଶ୍ନବାଚୀ ରହିଛି । ଚଳିତ ବର୍ଷ ସୁସ୍ମିତା ସୋସିଆଲ ସାଇଟରେ ଏକ ପୋଷ୍ଟ ଶେୟାର କରି କହିଥିଲେ ଖରାପ ତଥା ଅଯଥା ସମ୍ପର୍କରୁ ବାହାରିବା ପାଇଁ ଚେଷ୍ଟା କରୁଛି । ସେବେଠାରୁ ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ ନାହିଁ ବୋଲି ଅନୁମାନ କରାଯାଉଥିଲା ।

Comments are closed.