Latest Odisha News

ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କଲେ ସୁସ୍ମିତା: କହିଲ ମୁଁ ଆଜି ବି ସିଙ୍ଗଲ ଅଛି, ଖୋଜୁଛି ପ୍ରେମିକ

ମୁମ୍ବାଇ: ତାଙ୍କ ଚଳଚ୍ଚିତ୍ର ଏବଂ ଅଭିନୟ ବ୍ୟତୀତ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ସର୍ବଜା ଲାଇମ ଲାଇଟରେ ଥାନ୍ତି। ଯଦିଓ ଅଭିନେତ୍ରୀ ବିବାହ କରିନାହାଁନ୍ତି, ତଥାପି ତାଙ୍କର ଅନେକଙ୍କ ସହ ଅଫେୟାର ଥିବା ଚର୍ଚ୍ଚା ହୋଇଛି। ତାଙ୍କ ନାମ ଲଲିତ ମୋଦୀଙ୍କ ସହ ମଧ୍ୟ ଜଡିତ ଥିଲା। ସେହିପରି ତାଙ୍କଠାରୁ ବୟସରେ ୧୬ ବର୍ଷର ସାନ ରୋହମନ ଶାଲଙ୍କ ସହ ତାଙ୍କର ସମ୍ପର୍କ ମଧ୍ୟ ଥିବା ଚର୍ଚ୍ଚା ହୋଇଥିଲା।

ନିକଟରେ ଏକ ସାକ୍ଷାତକାରରେ ସୁସ୍ମିତା ସେନ୍ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ। ୪୮ ବର୍ଷ ବୟସ୍କା ଅଭିନେତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ବର୍ତ୍ତମାନ କାହା ସହିତ ଡେଟ କରୁନାହାଁନ୍ତି ଏବଂ ୩ ବର୍ଷ ଧରି ସିଙ୍ଗଲ ଅଛନ୍ତି। ୨୦୨୧ରୁ ମୁଁ ସିଙ୍ଗ୍‌ଲ୍‌ ଅଛି। ମୋ ଜୀବନରେ ଅନେକ ଭଲ ବନ୍ଧୁ ଅଛନ୍ତି। ସେମାନଙ୍କ ସହ ମୁଁ ବେଶ୍‌ ଖୁସି ଅଛି।

ସୁସ୍ମିତା ସେନଙ୍କ ନାମ ପୂର୍ବରୁ ରୋହମନ ଶଲଙ୍କ ସହ ଜଡିତ ଥିଲା। ଦୁହେଁ ପରସ୍ପରକୁ ଡେଟ କରିବା ପରେ ଅଲଗା ହୋଇଥିଲେ। କିନ୍ତୁ ନିକଟରେ ଉଭୟଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ରୋହମନ ସୁସ୍ମିତାଙ୍କୁ ପ୍ରଶଂସକଙ୍କଠାରୁ ରକ୍ଷା କରୁଥିବା ଦେଖିବାକୁ ମିଳିଥିଲା। ରୋହମନଙ୍କ ସହ ପ୍ୟାଚ୍ କରିବା ପ୍ରଶ୍ନରେ ଅଭିନେତ୍ରୀ ତାଙ୍କ ନିରବତାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ରୋହମନ ଏବଂ ସୁସ୍ମିତାଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ସେମାନଙ୍କ ପ୍ୟାଚ୍ ହେବାର ଖବର ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଅଭିନେତ୍ରୀ ଏହି ସବୁ ଜିନିଷକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ମୁଁ ୨୦୨୧ ପରଠାରୁ ସିଙ୍ଗଲ ଅଛି। ମୋ ଜୀବନରେ କେହି ନାହାଁନ୍ତି।

ସୁସ୍ମିତା-ରୋହମନ ଶଲଙ୍କୁ ପାଞ୍ଚ ବର୍ଷ ପରସ୍ପରକୁ ଡେଟ କରିଥିଲେ। ପରେ ସେମାନଙ୍କର ରାସ୍ତା ୨୦୨୧ରେ ଅଲଗା ହୋଇଯାଇଥିଲା। କିନ୍ତୁ ସୁସ୍ମିତା ଏବଂ ରୋହମନ ପରସ୍ପରର ଭଲ ବନ୍ଧୁ ହୋଇ ରହିଛି। ଉଭୟଙ୍କ ଅନେକଥର ଏକାଠି ଦେଖିବାକୁ ମିଳିଛି। ନିକଟରେ ସୁସ୍ମିତା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପୋଡକାଷ୍ଟରେ ଯୋଗ ଦେଇଥିଲେ। ଏହି ସମୟରେ ସେ ତାଙ୍କର ସମ୍ପର୍କ ସ୍ଥିତି ବିଷୟରେ ପ୍ରକାଶ କରିଥିଲେ।

Comments are closed.