Latest Odisha News

BREAKING NEWS

ପୂର୍ବତନ ପ୍ରେମିକଙ୍କ ସହ ନଜର ଆସିଲେ ସୁସ୍ମିତା, ପ୍ୟାଚଅପ୍ କରିଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ । କେତେବେଳେ ୧୮ ବର୍ଷ ସାନ ପ୍ରେମିକ ତ କେତେବେଳେ ଲଳିତ ମୋଦିଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିିଛନ୍ତି ସେ । ପ୍ରେମିକ ରୋହମନ ଶଲଙ୍କଠାରୁ ହଠାତ ଅଲଗା ହୋଇ ସମସ୍ତଙ୍କୁ ଚମକାଇଥିଲେ । ଏହାକୁ ଅନେକ ଦିନ ବିତିଥିବା ବେଳେ ସବୁକିଛି ଠିକ୍ ହୋଇଯିବା ଭଳି ମନେ ହେଉଛି । କାରଣ ଫିଲ୍ମ ନିର୍ମାତା ବିଶାଲ ଗୁରନାନୀଙ୍କ ଦୀପାବଳି ପାର୍ଟିରେ ସୁସ୍ମିତା ରୋହମନଙ୍କ ହାତ ଧରି ଏଣ୍ଟ୍ରିମାରିବା ସହ ଫଟୋ ପୋଜ୍ ଦେବାକୁ ପଛାଇ ନାହାନ୍ତି । ଏହାର ଅନେକ ଭିଡିଓ ଏବେ ଭାଇରାଲ ହେଉଛି । ସୁସ୍ମିତା ଓ ରୋହମନଙ୍କ ମଧ୍ୟରେ ପ୍ୟାଚ୍‌ଅପ୍ ପଡ଼ିଥିବା ଆଲୋଚନା ହେଉଛି ।

ସୁସ୍ମିତା ଗତ ବର୍ଷ ପ୍ରେମିକ ରୋହମନଙ୍କ ସହ ବ୍ରେକ୍‌ଅପ୍ କରିଥିଲେ । ଏହାପରେ ବ୍ୟବସାୟୀ ଲଳିତ ମୋଦିଙ୍କ ସହ ସମ୍ପର୍କରେ ଆସିଥିଲେ । ହେଲେ ମଙ୍ଗଳବାର ରାତିରେ ହୋଇଥିବା ପାର୍ଟିରେ ରୋହମନଙ୍କ ସହ ତାଙ୍କୁ ପୁଣି ଦେଖିବା ପରେ ପ୍ରଶଂସକମାନେ ଉଭୟ ପ୍ୟାଚ୍‌ଅପ୍ କରିଥିବା ଅନୁମାନ କରୁଛନ୍ତି ।

Leave A Reply

Your email address will not be published.